ଘରେ ବନାନ୍ତୁ ଟେଷ୍ଟି ହାଣ୍ଡି ପନିର, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ପନିର ଖାଇବାକୁ ଅଧିକାଂଶ ଲୋକ ବହୁତ ଭଲ ପାଇଥାନ୍ତି । କାରଣ ଏଥିରେ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥାଏ । ତେବେ ପନିରରେ ବହୁତ ପ୍ରକାରର ଖାଦ୍ୟ ତିଆରି ହୋଇଥାଏ । କିନ୍ତୁ ହାଣ୍ଡି ପନିରର ସ୍ୱାଦ ନିଆରା । ଏହା ଖାଇବାକୁ ସ୍ୱାଦିଷ୍ଟ ହେବା ସହ ବହୁତ କମ୍ ସମୟରେ ତିଆରି ହୋଇଯାଇଥାଏ । ଆସନ୍ତୁ ଜାଣିବା ହାଣ୍ଡି ପନିରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ...

ପନିର ଖାଇବାକୁ ଅଧିକାଂଶ ଲୋକ ବହୁତ ଭଲ ପାଇଥାନ୍ତି । କାରଣ ଏଥିରେ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥାଏ । ତେବେ ପନିରରେ ବହୁତ ପ୍ରକାରର ଖାଦ୍ୟ ତିଆରି ହୋଇଥାଏ । କିନ୍ତୁ ହାଣ୍ଡି ପନିରର ସ୍ୱାଦ ନିଆରା । ଏହା ଖାଇବାକୁ ସ୍ୱାଦିଷ୍ଟ ହେବା ସହ ବହୁତ କମ୍ ସମୟରେ ତିଆରି ହୋଇଯାଇଥାଏ । ଆସନ୍ତୁ ଜାଣିବା ହାଣ୍ଡି ପନିରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…

ଆବଶ୍ୟକୀୟ ସାମଗ୍ରୀ:
୧୦୦ ଗ୍ରାମ ପନିର, ୧/୪ କପ୍ ଦହି, ୨ଟି ପିଆଜ, ୧ଟି ଟମାଟୋ, ୧/୨ ଚାମଚ ଗୋଲମରିଚ ଗୁଣ୍ଡ, ୧ ଚାମଚ ଅଦା ପେଷ୍ଟ, ୧ଟି କଞ୍ଚାଲଙ୍କା, ୧/୪ ଚାମଚ ଲଙ୍କାଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ୧/୪ ଚାମଚ ଗରମ ମସଲା, ୧/୪ ଚାମଚ ହଳଦୀ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:
ହାଣ୍ଡି ପନିର ତିଆରି କରିବା ପାଇଁ ପ୍ରଥମେ ଏକ ହାଣ୍ଡିରେ ତେଲ ଗରମ କରି ପିଆଜକୁ ମଧ୍ୟମ ଆଞ୍ଚରେ ଭାଜନ୍ତୁ। ପିଆଜକୁ ଭାଜିବା ପରେ ବଟା ଅଦା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା ପକାଇ ଭଲ ଭାବେ ମିଶାନ୍ତୁ। ଏହାପରେ ସେଥିରେ କଟା ଟମାଟୋ ଏବଂ କଞ୍ଚାଲଙ୍କା ପକାଇ ଧିମା ଆଞ୍ଚରେ ୫ ମିନିଟ୍ ପାଇଁ ରାନ୍ଧନ୍ତୁ । ଏବେ ସେଥିରେ ଦହିକୁ ପକାଇ ଭଲ ଭାବେ ରାନ୍ଧନ୍ତୁ । ଏହାପରେ ଲୁଣ ଏବଂ ପାଣି ମିଶାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ ।

ମିଶ୍ରଣଟି ଫୁଟିଗଲା ପରେ ପନିର ଖଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ସେଥିରେ ଗୋଲମରିଚ ଗୁଣ୍ଡ ପକାଇ ୨ ରୁ ୩ ମିନିଟ୍ ଯାଏଁ ରାନ୍ଧିବା ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ହାଣ୍ଡି ପନିର । ଏହାକୁ ଏକ ପାତ୍ରରେ ବାହାର କରି ଧନିଆ ପତ୍ରରେ ସଜାଇ ରୁଟି, ନାନ୍ କିମ୍ବା ପରଟା ସହ ଗରମ ଗରମ ଖାଆନ୍ତୁ ।