ଧନ ଲାଭ ପାଇଁ ମଳମାସର ସ୍ୱତନ୍ତ୍ର ପୂଜା

ମଳମାସରେ ଧନ ପାଇବା ପାଇଁ ଲକ୍ଷ୍ମୀଙ୍କ ନିମିତ୍ତ କରନ୍ତୁ ଏହି ଖାସ ପୂଜା, ଧନ ସମ୍ପତ୍ତିର ପୂରି ଯିବ ଘର

ଆରମ୍ଭ ହୋଇଛି ମଳମାସ । ଯାହାକି ଅଗଷ୍ଟ ୧୬ ଯାଏ ରହିବ । ମଳମାସରେ ଭଗବାନ ଶିବ ଓ ବିଷ୍ଣୁଙ୍କୁ ପୂଜା କରିବା ଶୁଭ ବୋଲି ବିଶ୍ୱାସ ରହିଛି । ମଳମାସକୁ ପୁରୁଷୋତ୍ତମ ମାସ ବୋଲି କୁହାଯାଏ । କୁହାଯାଏ ଅନ୍ୟମାସ ତୁଳନାରେ ମଳମାସରେ ମନସ୍କାମନା ଶୀଘ୍ର ଓ ଅଧିକ ପୂରଣ ହୋଇଥାଏ । ଆଉ ଏହି ମାସରେ ଆପଣ ମତ ଲକ୍ଷ୍ମୀଙ୍କ ନିମିତ୍ତ କିଛି ଖାସ ପୂଜା କରିପାରିବେ । ଏମିତି କଲେ ଆପଣଙ୍କର ଧନ ସମ୍ପତି ବଢିବ।

ଧନୀ ହେବାକୁ କିଏ ବା ନ ଚାହେଁ। କିନ୍ତୁ ଟଙ୍କା ବି ଏମିତି ଜିନିଷ ଯାହା ସହଜରେ ମିଳିନଥାଏ। ପ୍ରାୟତଃ ଅର୍ଥ ଅଭାବ ପାଇଁ ଲୋକଙ୍କର ଅନେକ ସମସ୍ୟା ଦେଖାଯାଏ। ଯଦି ଆପଣଙ୍କ ସହ ଏମିତି ହେଉଛି, ତେବେ ମଳମାସରେ ଏହାର ସମାଧାନ କରନିଅନ୍ତୁ। ଏହି ଉପାୟ ଆପଣଙ୍କ ଟଙ୍କାର ଅଭାବକୁ ଦୂର କରିବ।

ମଳମାସ ଆଜି ଅର୍ଥାତ ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଛି। ଯାହାକି ଆସନ୍ତା ମାସ ଜାନୁଆରୀ ୧୪ ପର୍ଯ୍ୟନ୍ତ ରହିବ। ଆଜି ଧନୁ ସଂକ୍ରାନ୍ତି ମଧ୍ୟ। ମାନେ ଆଜିଠୁ ସୂର୍ଯ୍ୟଦେବ ଧନୁରାଶିରେ ମାସେ ପର୍ଯ୍ୟନ୍ତ ରହିବେ।

ସାଧାରଣତଃ ମନାଯାଏ ଯେ ସୂର୍ଯ୍ୟ ଦେବ ଧନୁ ରାଶିରେ ରହିବା ହେତୁ ଦୁର୍ବଳ ହୋଇଯାନ୍ତି। ଯାହା କାରଣରୁ ସମସ୍ତ ଶୁଭ କାମକୁ ବର୍ଜନ କରାଯାଇଛି। କିନ୍ତୁ ଏହି ମାସରେ କିଛି କାମ ଏମିତି ରହିଛି ଯାହାକୁ କରିବା ଦ୍ୱାରା ଆପଣଙ୍କ ଅର୍ଥ ଅଭାବ ଦୂର ହେବ।

ଅର୍ଥ ଅଭାବକୁ ଦୂର କରିବା ପାଇଁ ଆପଣ ମାତା ଲକ୍ଷ୍ମୀଙ୍କୁ ପୂଜା କରିପାରିବେ। ଏହାସହ ଭଗବାନ ବିଷ୍ଣୁଙ୍କର ମଧ୍ୟ ପୂଜାର୍ଚ୍ଚନା କରିପାରିବେ। ଏହି ସମୟରେ ଏକାଦଶୀ ବ୍ରତ ସବୁଠୁ ଭଲ ହୋଇଥାଏ । ମଳମାସରେ ଏକାଦଶୀ ବ୍ରତ କରିବା ଦ୍ୱାରା ମୃତ୍ୟୁ ପରେ ମଧ୍ୟ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହାସହ ବଞ୍ଚିଥିବା ପର୍ଯ୍ୟନ୍ତ ସୁଖ-ସମୃଦ୍ଧି ହୋଇଥାଏ ।

ଏହିଦିନ ବରଗଛକୁ ପୂଜା କରିବା ଦ୍ୱାରା ବହୁତ ପୁଣ୍ୟ ମିଳିଥାଏ । ସନ୍ଧ୍ୟା ସମୟରେ ବରଗଛ ତଳେ ଦୀପ ଲଗାଇ ପୂଜା କରିବା ଉଚିତ। ଏହାଦ୍ୱାରା ସବୁ ଅସୁବିଧା ଦୂର ହୋଇଯିବ । ଏହାସହ ଆର୍ଥକ ସ୍ଥିିତିରେ ସୁଧାର ଆସିବ। ଅର୍ଥର ଆଗମନ ହେବ ।

ସେମିତିରେ ପ୍ରତିିଦିନ ତୁଳସୀ ଗଛକୁ ପୂଜା କରାଯାଏ । କିନ୍ତୁ ମଳମାସରେ ଏହି ଗଛକୁ ପୂଜା କରି ଦୀପ ଲଗାଇଲେ ଖୁବ ଫାଇଦା ମିଳିଥାଏ । ସବୁ କଷ୍ଟ ଦୂର ହୁଏ। ଧନର ଦେବୀ ସ୍ୱୟଂ ଲକ୍ଷ୍ମୀ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଲକ୍ଷ୍ମୀ ସ୍ତୋତ୍ର ପଢ଼ନ୍ତୁ। ଏହାକୁ ପାଠ କରିବା ଦ୍ୱାରା ଅଚାନକ୍‌ ଧନ ଲାଭ ହୋଇଥାଏ । ବ୍ୟକ୍ତିକୁ ଜୀବନରେ ସବୁ ସଫଳତା ମିଳିଥାଏ ।