କାଲି ଖୋଲୁଛି ସ୍କୁଲ, ଏହି ସବୁ ଏସଓପି ପାଳନ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲରେ ଏସଓପି ପାଳନ ନେଇ ଜିଲ୍ଲାପାଳଙ୍କ ସହ ଡିଇଓ ଓ ବିଇଓଙ୍କ ବୈଠକ। ଏସଓପି କଡ଼ାକଡ଼ି ପାଳନ ନେଇ ବୈଠକରେ ଆଲୋଚନା ହୋଇଛି। ସ୍କୁଲରେ ସାନିଟାଇଜର, ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଓ ପିଇବା ପାଣିର ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ସ୍କୁଲରେ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ରହିବ। ସାମାନ୍ୟ ଲକ୍ଷଣ ଦେଖାଗଲେ ଛାତ୍ରଛାତ୍ରୀଙ୍କୁ ସେହି ରୁମ୍ରେ ରହିବ। ସ୍କୁଲରେ କିପରି ବ୍ୟବସ୍ଥା ହୋଇଛି ତାର ତନଖି କରିବାକୁ ଡିଇଓ ଓ ବିଇଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
କାଲି ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗଣଶିକ୍ଷା ବିଭାଗ ଏସଓପି ଆଧାରରେ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ ରହିଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସ୍କୁଲରେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶ୍ରେଣୀଗୃହ ଓ ସ୍କୁଲ ପରିସର ସାନିଟାଇଜ ହୋଇଛି। ସ୍କୁଲ ଖୋଲିବା ପରେ ପର୍ଯ୍ୟାୟ କ୍ରମେ ଜିଲ୍ଲା ନୋଡାଲ ଅଧିକାରୀ ସ୍କୁଲ ଗସ୍ତ କରିବେ। ସେହିପରି କୋଭିଡ ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ନେବେ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ।