ଆଉ ଦିନକ ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ରଥ ଟାଣିବା ଅଭ୍ୟାସ ନେଇ ମକଡ୍ରିଲ୍

ପୁରୀ(କେନ୍ୟୁଜ୍): ଆଉ ଦିନକ ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ରଥର କାମ ଶେଷ ପର୍ଯ୍ୟାୟରେ। ରଥରେ କନା ପଡ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ପ୍ରଥମେ କନା ପକାଯାଇଛି। ସେପଟେ ଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ କରିହେବ ସେଥିପାଇଁ ପୁରୀରେ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଛି। ଠିକ୍‌ ଭାବେ ପରିଚାଳନା କରାଯିବ ସେନେଇ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଏହି ମକଡ୍ରିଲର ଆୟୋଜନ କରାଯାଇଥିଲା। ରଥ ଟାଣିବା ଅଭ୍ୟାସ ନେଇ ମକଡ୍ରିଲରେ ପୂର୍ବ ପ୍ରସ୍ତୁତି ହୋଇଛି।