ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ଚାକିରି ସୁଯୋଗ, ଦରମା ମାସକୁ ୧.୪୨ ଲକ୍ଷ

ଡାଇରକ୍ଟେରେଟ୍‌ ଜେନେରାଲ ଅଫ ହେଲଥ ସର୍ଭିସେସ, ମିନିଷ୍ଟ୍ରି ଅଫ ହେଲଥ ଆଣ୍ଡ ଫ୍ୟାମିଲ ୱେଲଫେୟାରରେ ଗ୍ରୁପ ବି ଏବଂ ସି ପଦବୀ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ୩୦ ନଭେମ୍ବର ୨୦୨୩ ରହିଛି ।

ଡାଇରକ୍ଟେରେଟ୍‌ ଜେନେରାଲ ଅଫ ହେଲଥ ସର୍ଭିସେସ, ମିନିଷ୍ଟ୍ରି ଅଫ ହେଲଥ ଆଣ୍ଡ ଫ୍ୟାମିଲ ୱେଲଫେୟାରରେ ଗ୍ରୁପ ବି ଏବଂ ସି ପଦବୀ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୮୭

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ନଭେମ୍ବର ୨୦୨୩ ରହିଛି ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଟିବି ରାଉଣ୍ଡ ମାଧ୍ୟମରେ ହେବ । ଲିଖିତ ପରୀକ୍ଷାର ଆୟୋଜନ ସିବିଟି ମୋଡରେ ହେବ । ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।
ଆଡମିଟ୍‌ କାର୍ଡ ଡିସେମ୍ବର ପ୍ରଥମ ସପ୍ତାହରେ ରିଲିଜ ହୋଇପାରେ । ପରୀକ୍ଷା ଦ୍ୱିତୀୟ ସପ୍ତାହରେ ହେବ ।

ଆବେଦନ ଶୁଳ୍କ : ଜେନେରାଲ ପ୍ରାର୍ଥୀ ୬୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି, PWD ପ୍ରାର୍ଥୀ ଶୁଳ୍କ ଦେବାକୁ ହେବ ନାହିଁ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୮ ହଜାରୁ ୫୬ ହଜାର ପର୍ଯ୍ୟନ୍ତ ଦରମା ମିଳିବ । ସେହିପରି ୭ମ ବେତନ ଅନୁଯାୟୀ ଚୟନିତ ପ୍ରାର୍ଥୀଙ୍କୁ ୪୪ ହଜାରୁ ୧,୪୨ ଲକ୍ଷ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ନୋଟିଫିକେସନ ଚେକ୍‌ କରନ୍ତୁ ।