ଘରୁ ଆପେ ଆପେ ଶୂନ୍ୟରେ ଉଦ୍ଭାନ ହୋଇଯାଉଛି ଟଙ୍କା

ଗୋପ: ଏ ବିଶ୍ବାସ ନାଁ ଅନ୍ଧ ବିଶ୍ବାସ …ସତ ନା ମିଛ…। ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ସହଜରେ ବିଶ୍ବାସ କରିବା କଷ୍ଟକର । ଆପଣ ବି ଆଖିରେ ନଦେଖିଲେ କି କାନରେ ନ ଶୁଣିଲେ ଏକଥାକୁ ବିଶ୍ବାସ କରି ପାରିବେନି । ଘରୁ ଗାୟବ ହେଉଛି ଟଙ୍କା । ଏହା ଚୋରି ନୁହେଁ କି କେହି ଡକାୟତି କରି ନେଉନାହାଁନ୍ତି । ଘରେ ଟଙ୍କା ରଖିଲେ ଆପେ ଆପେ ଶୂନ୍ୟରେ ଉଦ୍ଭାନ ହୋଇଯାଉଛି ଟଙ୍କା । ସେ କଏନ୍ ହେଉକି ନୋଟ୍ । ସବୁ ଗାୟବ୍ ହେଉଛି । ଏକଥା ଶୁଣି ଆପଣଙ୍କୁ ହୁଏତ ଝଟକା ଲାଗୁଥାଇପାରେ କିନ୍ତୁ ଏଭଳି କିଛି ଅଭିଯୋଗ ଆସିଛି ଗୋପ ଅଞ୍ଚଳରୁ ।

କ୍ୟାମେରା ସାମ୍ନାରେ ଟଙ୍କା କିଛି ଘଣ୍ଟା ପାଇଁ ରହୁଛି ଟଙ୍କା କିନ୍ତୁ ଘରେ ଯୋଉଠି ବି ଟଙ୍କା ଥୁଆ ହେଉଛି ସେଇଠୁ ଟଙ୍କା କୁଆଡ଼େ ପଳାଉଛି । ସେଥିପାଇଁ ମହିଳାମାନେ ପିନ୍ଧା ଲୁଗା କାନିରେ ଟଙ୍କା ବାନ୍ଧି ବୁଲୁଛନ୍ତି । ସବୁଠୁ କଡ଼ କଥା ହେଉଛି ଏଭଳି ଭାବେ ଟଙ୍କା ଗାୟବ୍ ଜଣେ କି ଦୁଇଜଣଙ୍କ ଘରୁ ହେଉନି ଗାଁର କିଛି ଲୋକଙ୍କ ଘରୁ ଟଙ୍କା କୁଆଡ଼େ ଉଦ୍ଭାନ ହେଇଯାଉଥିବା ନେଇ ଅଭିଯୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅଚାନକ ଗାୟବ ହେଉଛି ଟଙ୍କା । କୁଆଡ଼େ ଯାଉଛି ? କିଏ ନେଉଛି ? କାହିଁକି ଖାଲି ଟଙ୍କା ଗାୟବ୍ ହେଉଛି ଏକଥା ବୁଝିବା ସମସ୍ତଙ୍କ ଭାବନା ବାହାରେ । ଏଭଳି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ । ପୁରା ଗାଁ ର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଘର ଭିତରୁ ଅଚାନକ ଟଙ୍କା ଗାୟବ ଭୟରେ ଏବେ ନିଜର ଟଙ୍କା ଓ ସୁନା କୁ ନେଇ ବନ୍ଧୁ ବାନ୍ଧବ ଘରେ ରଖୁଛନ୍ତି । ନିହାତି ଆବଶ୍ୟକ ଟଙ୍କାକୁ ମହିଳା ନିଜ ଲୁଗା କାନିରେ ବାନ୍ଧି ବୁଲୁଥିବା ଦେଖିବାକୁ ମିଳିଛି । ଏହି ଖବର ଜାଣିବା ପରେ ଆମ ପ୍ରତିନିଧି ପହଞ୍ଚି ଥିଲେ ଗୋପ ଜିଲ୍ଲା ଦେଉଳିଆ ଠେଙ୍ଗ ଗାଁରେ । ପଚାରି ବୁଝି ଦେଖିଥିଲେ କିପରି ଗାୟବ ହେଉଛି ଟଙ୍କା ? ସେଠାକାର ଲୋକେ କୁହନ୍ତି ଯେ ସକାଳ ଓ ସଞ୍ଜ ସମୟରେ ହେଉଛି ଟଙ୍କା ଗାୟବ । ପ୍ରକୃତରେ ସେ ଟଙ୍କା କୁଆଡେ ଯାଉଛି ତାହା ସେମାନେ ବି ଜାଣିପାରୁ ନାହାଁନ୍ତି । ଲଗାତାର ୫ ରୁ ୬ ଦିନ ହେବ ଏଭଳି ଘଟଣା ଘଟି ଆସୁଛି ।

Also Read:ଇଏ କଳିଯୁଗର ସ୍ତ୍ରୀ: ନିଜେ ପୋଛିଦେଲା ନିଜ ମଥା ସିନ୍ଦୁର