ସନାତନ ଧର୍ମର ପ୍ରଚାର ପାଇଁ ଏକତ୍ରିତ ହେଲେ ଦୁଇ ଶହରୁ ଉର୍ଦ୍ଧ୍ୱ ବୈଷ୍ଣବ, ଗାଁ ଗାଁରେ କରାଗଲା ପରିକ୍ରମା

ଲୋକମାନଙ୍କ ମଧ୍ୟରେ ସନାତନ ଧର୍ମର ପ୍ରଚାର କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା କରାଯାଇଥିଲା । ମଦନ ମୋହନ ମଠାଧିଶ ନବ କିଶୋର ଦାସଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଦୁଇ ଶହରୁ ଉର୍ଦ୍ଧ୍ୱ ବୈଷ୍ଣବ ଏକତ୍ରିତ ହୋଇ ସନାତନ ଧର୍ମର ପ୍ରଚାର ପାଇଁ ଏକ ବିରାଟ ପଦଯାତ୍ରା କରି ରାମ ନାମ ପ୍ରଚାର କରିଛନ୍ତି ।

ପୁରୀ(କେନ୍ୟୁଜ) : ପୁରୀ ଜିଲ୍ଲା ପିପିଲି ମଙ୍ଗଳପୁର ନିକଟ ନୁଆଗୋଡ଼ି ଗ୍ରାମରେ ମଦନ ମୋହନ ମଠାଧିଶ ନବ କିଶୋର ଦାସଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଦୁଇ ଶହରୁ ଉଦ୍ଧ୍‌ôର୍ ବୈଷ୍ଣବ ଏକତ୍ରିତ ହୋଇ ସନାତନ ଧର୍ମର ପ୍ରଚାର ପାଇଁ ଏକ ବିରାଟ ପଦଯାତ୍ରା କରି ରାମନାମ ପ୍ରଚାର କରିଛନ୍ତି । ମଥାରେ ରାମାନନ୍ଦି ତିଳକ ଆଉ ମୁଖରେ ପବିତ୍ର ରାମ ନାମ ଉଚାରଣ କରି ଏହି ଯାତ୍ରା ଆରମ୍ଭ କରାଯାଇଛି । ଜଣେ କି ଦୁଇ ଜଣ ନୁହେଁ ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ୱ ବୈଷ୍ଣବ ସାଧୂସନ୍ଥ ଏକତ୍ରିତ ହୋଇ ପଦଯାତ୍ରାରେ ଗାଁ ପରିକ୍ରମା କରିଥିବା ଦେଖାଯାଇଛି । ଲୋକମାନଙ୍କ ମଧ୍ୟରେ ସନାତନ ଧର୍ମର ପ୍ରଚାର କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା କରାଯାଇଥିଲା । ମଦନ ମୋହନ ମଠାଧିଶ ନବ କିଶୋର ଦାସଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଦୁଇ ଶହରୁ ଉର୍ଦ୍ଧ୍ୱ ବୈଷ୍ଣବ ଏକତ୍ରିତ ହୋଇ ସନାତନ ଧର୍ମର ପ୍ରଚାର ପାଇଁ ଏକ ବିରାଟ ପଦଯାତ୍ରା କରି ରାମ ନାମ ପ୍ରଚାର କରିଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ସାଧୁ ସନ୍ଥ ଏଠାରେ ଏକତ୍ରିତ ହୋଇଥିଲେ । ଭଗବାନଙ୍କ ନାମ ଉଚ୍ଚାରଣ କରି ଗୌରାଙ୍ଗ ମହାପ୍ରଭୁଙ୍କୁ ସାଥିରେ ନେଇ ପାଞ୍ଚ ଗୋଟି ଗ୍ରାମରେ ପରିକ୍ରମା କରାଯାଇଥିଲା ।

ସେପଟେ ଗ୍ରାମକୁ ବର୍ଷେ କି ଦୁଇ ବର୍ଷରେ ଜଣେ ଦୁଇ ଜଣ ସାଧୁ ସ୍ଥନଙ୍କ ଆଗମନ ହୋଇଥାଏ । କିନ୍ତୁ ବର୍ତ୍ତମାନ ଦୁଇ ଶହରୁ ଉର୍ଦ୍ଧ୍ୱ ସାଧୁ ସନ୍ଥଙ୍କ ଆଗମନ ଗ୍ରାମବାସୀଙ୍କୁ ଅନେକ ଖୁସି ଦେଇପାରିଛି । ଏଭଳି ଭବ୍ୟ ମୂହୁର୍ତ୍ତ ପାଇଁ ସମସ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲେ । ସୁନ୍ଦର ସୁନ୍ଦର ଚିତାରେ ଗାଁ ଦାଣ୍ଡକୁ ସଜା ଯାଇଥିଲା । ରଙ୍ଗ ବେରଙ୍ଗ ମୁରୁଜରେ ଝୋଟି ଅଙ୍କାଯାଇଥିଲା । ବୈଷ୍ଣବ ସାଧୁ ସନ୍ଥଙ୍କୁ ସ୍ୱାଗତ କରିବା ପାଇଁ ଏଭଳି ପ୍ରୟାସ କରିଥିଲେ ଗାଁ ଲୋକେ ।

ନାମ ସଂକୀର୍ତ୍ତନ ହରିବୋଲ ହୁଳହୁଳିରେ ଗୌରାଙ୍ଗ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଠାକୁର ଗୌରାଙ୍ଗ ମହାପ୍ରଭୁଙ୍କ ନାମ ଉଚ୍ଚାରଣରେ ସମସ୍ତେ ଏକତ୍ରିତ ହୋଇଥିଲେ । ସାଧୁ ସନ୍ଥ ଏବଂ ବୈଷ୍ଣବଙ୍କ ଆଗମନରେ ସୃଷ୍ଟି ହୋଇଥିଲା ଏକ ଭକ୍ତିମୟ ପରିବେଶ । ରାମ ନାମ ଉଚ୍ଚାରଣରେ ଏକକାର ହୋଇ ଉଠିଥିଲେ ସମସ୍ତେ । ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା, ଯାହା ସମସ୍ତଙ୍କୁ ଆନନ୍ଦ ଦେଇଥିଲା ।