ନାଗ ସାପ ମୁହଁରୁ ମାଆ ବଞ୍ଚାଇଲେ ପୁଅର ଜୀବନ, ଭିଡ଼ିଓ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡ଼ିଓ ଭାଇରାଲ ହେଉଛି। କିଛି ସତ ତ ଆଉ କିଛି ମିଛ। କିନ୍ତୁ ବେଳେବେଳେ ଏପରି ସତ ଘଟଣା ସମ୍ନାକୁ ଆସେ ଯାହାର ହୁଏତ କେହି କେବେ କଳ୍ପନା କରି ନଥିବେ। କର୍ଣ୍ଣାଟକର ମାନଡ୍ୟାରୁ ଏକ ଭୟାନକ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ମହିଳା ନିଜ ପୁଅକୁ ହଠାତ୍ କୋବ୍ରାଠାରୁ ରକ୍ଷା କରିଥିଲେ। ସିସିଟିଭିରେ ପୁରା ଦୃଶ୍ୟ କଏଦ ହୋଇଥିଲା।

ଏହି କ୍ଲିପ୍ ୧ ଲକ୍ଷରୁ ଅଧିକ ଭ୍ୟୁ ସହିତ ଭାଇରାଲ୍ ହୋଇଛି। କର୍ଣ୍ଣାଟକରେ ଏପରି ଘଟଣା ଘଟିଛି। ଜଣେ ମହିଳା ନିଜ ପୁଅ ସହ ଘରୁ ବାହାରୁ ଥିବା ସମୟରେ ପାହାଚ ତଳ ଦେଇ ରାସ୍ତାରେ ଯାଉଥିବା ନାଗ ସାପ ଉପରେ ପିଲାଟିର ଗୋଡ଼ ପଡ଼ି ଯାଇଥିଲା। ସେହି ସମୟରେ ହଠାତ୍ ପିଲାଟିକୁ ଟାଣି ଆଣିଥିଲେ ତାର ମା’। ନିଜ ପୁଅକୁ ଉଦ୍ଧାର କରିବା ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା।

 

 

View this post on Instagram

 

A post shared by India Today (@indiatoday)

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ସାପ ପିଲାଟିକୁ କାମୁଡ଼ିବାକୁ ଯାଉଥିଲା କିନ୍ତୁ ତାଙ୍କ ମା’ ତାକୁ କିଛି ସେକେଣ୍ଡ ପୂର୍ବରୁହିଁ ଟାଣି ନେଇଥିଲେ। ଯାହାପାଇଁ ବାଳକଟିର ଜୀବନ ବଞ୍ଚିଯାଇଥିଲା। ଭାଇରାଲ୍ ଭିଡିଓ ଦେଖି ଅନେକ ଲୋକେ ବାଳକଟିର ମା’ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। କାରଣ ସେ ହଠାତ୍ ତାଙ୍କ ପୁଅକୁ ଟାଣି ଆଣିଥିଲେ। ସାହସୀ ମାଆ ବୋଲି ଅନେକ ୟୁଜର କମେଣ୍ଟରେ ଲେଖିଛନ୍ତି।