ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ସହ ଫୁଟବଲ୍ ଖେଳୁଛନ୍ତି ଏମ୍ଏସ୍ ଧୋନି, ଦେଖନ୍ତୁ ଫଟୋ

ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ୍ ଏମ୍ଏସ୍ ଧୋନି ଆଇପିଏଲ୍ର ଦ୍ୱିତୀୟ ରାଉଣ୍ଡ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ମାହି ନିଜ ଫିଟ୍ନେସ୍ ପାଇଁ ଜିମ୍ରେ ଝାଳ ବୁହାଉଛନ୍ତି ଓ ନେଟ୍ରେ ବି ଅଭ୍ୟାସ କରୁଛନ୍ତି। ତଥାପି ଅଧିକ ଫିଟ୍ ରହିବା ପାଇଁ ସେ ଫୁଟ୍ବଲ ବି ଖେଳୁଛନ୍ତି। ନିକଟରେ ଧୋନି ବଲିଉଡ୍ ଷ୍ଟାର ରଣବୀର ସିଂହଙ୍କ ସହ ଫୁଟବଲର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା।
View this post on Instagram
ଏହି ଦୁଇ ତାରକା ପ୍ରାକ୍ଟିସ୍ କରୁଥିବା ବେଳର କିଛି ଫଟୋ ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ ହେଉଛି। ଏହି ଫଟୋରେ ରଣବୀର ଓ ମାହି ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ରବିବାର ଦିନ ଉଭୟେ ଅଲ ଷ୍ଟାରର୍ସ ଫୁଟବଲ ମ୍ୟାଚ୍ରେ ଖେଳୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ୍ ପୂର୍ବରୁ ଉଭୟଙ୍କ ଅଭ୍ୟାସ ଭିଡିଓ ଓ ଫଟୋ ଖୁବ୍ ଭାଇରାଲ ହେଉଛି। ତେବେ ଇନ୍ଷ୍ଟାଗ୍ରାମ୍ରେ ଉଭୟଙ୍କ ମ୍ୟାଚ୍ ବେଳର ଫଟୋ ବି ଭାଇରାଲ ହେଉଛି।
View this post on Instagram
ସୂଚନାଯୋଗ୍ୟ ଯେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଧୋନି ଏବେ କେବଳ ଆଇପିଏଲ୍ରେ ହିଁ କ୍ରିକେଟ୍ ଖେଳୁଥିବା ନଜର ଆସିଛି। ସେ ଅଗଷ୍ଟ ୨୦୨୦ରେ ଇଣ୍ଟରନ୍ୟାସନାଲ କ୍ରିକେଟ୍ରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଥିଲେ।
#RanveerSingh and #MSDhoni were clicked in an awesome mood at the All Stars Football practice this evening. pic.twitter.com/Q5HY5lYPBZ
— Filmfare (@filmfare) July 25, 2021