ରିଲାଏନ୍ସ କମ୍ପାନୀ ପକ୍ଷରୁ ୫୦୦ କୋଟି PET Bottlesର ହେବ ରିସାଇକ୍ଲିଙ୍ଗ, ନିିୟୋଜିତ ହେବେ ନୂଆ କର୍ମଚାରୀ

ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିସ୍ ଲିମିଟେଡ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । । ପ୍ଲାଷ୍ଟିକ ପର୍ଯ୍ୟାବରଣ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ଖରାପ କରିବା ସହ ମନୁଷ୍ୟ ସମାଜ ପାଇଁ ଆନେକ ହାନି କାରକ ପ୍ରଭାବ ପକାଉଛି । ଏଥିରୁ ସୁରକ୍ଷିତ ରହିବା ପାଇଁ ରିଲାଏନ୍ସ କମ୍ପାନୀ ପକ୍ଷରୁ ଏହାର ପୁନଃବିନିଯୋଗର ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କମ୍ପାନୀ ପ୍ଲାଷ୍ଟିକର ରିସାଇକେଲ କରିବା କ୍ଷମତାକୁ ୨ ଗୁଣିତ କରିବା ପାଇଁ ନିଷ୍ପତ୍ତି ନେଇଛି ।

ରିଲାଏନ୍ସ ପକ୍ଷରୁ ଗତ ବୁଧବାର ବା ଅଗଷ୍ଟ ୪ ତାରିଖରେ ସୂଚନା ଦିଆଯାଇଥିଲା । ରିଲାଏନ୍ସ ଏଥିପାଇଁ ଆନ୍ଧ୍ରପ୍ରଦେଶର Srichakra Ecotex India Pvt Ltd  ସହ ହାତ ମିଳାଇଛି । ଏହି ଦୁଇ କମ୍ପାନୀ ମିଶି ପ୍ଲାଷ୍ଟିକର ରିସାଇକ୍ଲିଙ୍ଗ କରି ପରିବେଶକୁ ଦୂଷିତ ହେବାରୁ ରକ୍ଷା କରିବାକୁ ଯୋଜନା କରିଛନ୍ତି । ଏହା ଏକ୍ସଲୁସିଭ ଭାବେ ରିଲାଏନ୍ସ କମ୍ପାନୀ ପାଇଁ କାମ କରିବ ।

mukesh ambanii
pc: india csr network

ସବୁଠୁ ବଡ଼ କଥା ହେଉଛି, ରିଲାଏନ୍ସ ଏଥିପାଇଁ ପାଖାପାଖି ୫୦୦ କୋଟି PET Bottles କୁ ରିସାଇକେଲ କରିବାର ଯୋଜନା ରଖିିଛି । ଏହାପରେ ଗ୍ର୍ରାହକମାନେ ଏହାର ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ଏହି ନୂଆ ଉଦ୍ୟମରେ ଅନେକ ଉଦ୍ୟମୀ ମାନଙ୍କୁ ସାମିଲ କରାଯିବ । ଏଥିପାଇଁ ଅନେକ ୱେଷ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କାମ କରିବାର ବଡ଼ ସୁଯୋଗ ପାଇବେ । ଏହାସହ ନୂଆ କମ୍ପାନୀ ମଧ୍ୟ ପ୍ରତିଷ୍ଠା ହେବ ।

ରିଲାଏନ୍ସ କମ୍ପାନୀ ପାଇଁ କାମ କରିବାକୁ ଯାଉଥିବା ଏହି ପ୍ଲାଣ୍ଟରେ PET Bottlesକୁ ରିସାଇକେଲ କରାଯାଇ ପଲିଷ୍ଟର ଷ୍ଟେପିଲ ଫାଇବର ବା PSF ତିଆରି କରାଯିବ । ଏହି ପ୍ଲାଣ୍ଟରେ ପିଏସ୍‌ଏଫ ରେକ୍ରୋନ ଗ୍ରୀନ ଗୋଲ୍ଡ ଓ ପେଟ ଫ୍ଲେସର ୱାଶ ଲାଇନ ରଖାଯିବ । ରେକ୍ରୋନ ଗ୍ରୀନ କମ୍ପାନୀ ରୁଇ ବା ତୁଳାର ଫାଇବର ପ୍ରସ୍ତୁତ କରିଥାଏ । ଯାହା ତକିଆ ଆଦି ଗଦିରେ ଭତ୍ତି ର୍ କରାଯାଏ ।