ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଚୟନିତ ପ୍ରାର୍ଥୀଙ୍କୁ ମାସକୁ ମିଳିବ ୮୮ ହଜାର ଟଙ୍କା

ଇସ୍ୟୁରାନ୍ସ ସେକ୍ଟରରେ ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ବଢିଆ ସୁଯୋଗ । ଭାରତ ସରକାରଙ୍କ କମ୍ପାନୀ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସରେ ଅଫିସର ଲେବଲର ୧୭୦ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ସରକାରୀ ଇନସ୍ୟୁରାନ୍ସ କମ୍ପାନୀରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ ।

ପଦବୀ ବିବରଣୀ : ୧୭୦

ଆକାଉଣ୍ଟ : ୫୦
ଜେନେରାଲିଷ୍ଟ: ୧୨୦

ଜରୁରୀ ତାରିଖ : ଆବେଦନ କରିବାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି । ଆବେଦନ କରିବାର ଶେଷ ତାରିଖ ୨୯ ସେପ୍ଟେମ୍ବର ୨୦୨୪ ରହିଛି । ୧୩ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଏବଂ ୧୭ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କିମ୍ବା ପିଜି କରିଥିବା ଜରୁରୀ । ଏଥିପାଇଁ ୬୦% ମାର୍କ ରଖିଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବନିମ୍ନ ମାର୍କ ୫୫% ରଖିଥିବା ଜରୁରୀ । ଆକାଉଣ୍ଟସ ପଦବୀ ପାଇଁ ୬୦% ମାର୍କ ସହିତ CA/ICWAI ସହିତ ଏମବିଏ କିମ୍ବା ଏମକମ୍‌ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୨୧ ବର୍ଷରୁ ସର୍ବାଧିକ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ଶ୍ରେଣୀଙ୍କୁ ଛାଡ୍‌ ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୮୮,୦୦୦ ଟଙ୍କା ମିଳିବ ।

କେମିତି ହେବ ଚୟନ : ଚୟନ ପାଇଁ ପ୍ରିଲିମ୍ସ ପରୀକ୍ଷା, ମେନ ପରୀକ୍ଷା, ଇଣ୍ଟରଭ୍ୟୁ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।