ଟଙ୍କାରେ ନାକ ପୋଛିବା ସହ ଛେପ୍ ମାରି ଟିକ୍ଟକ୍ ଭିଡିଓ ଛାଡ଼ିଲା ନାଶିକର ଲୋକ

ନାଶିକର ଜଣେ ଲୋକ ଟଙ୍କାରେ ଛେପ ମାରିବା ସହ ନାକ ପୋଛି ପୋଲିସ ହାତରେ ଗିରଫ ହୋଇଛି । ୪୦ ବର୍ଷିୟ ଏହି ବ୍ୟକ୍ତି ହେଲେ ମହାରାଷ୍ଟ୍ର ମେଲେଗାଁଓର । କରୋନା ଭାଇରସ୍ ମଣିଷର ଛେପ ଓ ଛିଙ୍କ ଦ୍ୱାରା ସଂକ୍ରମଣ ହେଉଥିବାରୁ ଏଥି ପ୍ରତି ସତର୍କ ରହିବାକୁ କୁହାଯାଇଛି ।
ହେଲେ ଉକ୍ତ ବ୍ୟକ୍ତି ଜାଣିଶୁଣି ଟଙ୍କାରେ ଛେପ ଲଗାଇବା ସହ ଧର୍ମ ବିରୋଧୀ ଟିପ୍ପଣୀ ଦେଇଥିବା ଏକ ଭିଡ଼ିଓ ଟିକ୍ଟକ୍ରେ ଅପ୍ଲୋଡ୍ କରିଥିଲେ । ଏହି ଭିଡ଼ିଓଟି ଭାଇରାଲ୍ ହେବା ପରେ ସାଇବର କ୍ରାଇମ ପୋଲିସ ତଦନ୍ତ କରି ଉକ୍ତ ବ୍ୟକ୍ତିକୁ ଗିରଫ କରିଛି ।
ଖୁବ୍ ଶୀଘ୍ର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି । ପ୍ରକାଶ ଯେ ଭାରତରେ ମହାରାଷ୍ଟ୍ର ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣର ମୁଖ୍ୟ ସ୍ଥଳି ପାଲଟିଛି ।