ନ୍ୟାସନାଲ କାଉନସିଲ ଅଫ ସାଇନ୍ସ ମ୍ୟୁଜିୟମ(NCSM) ରେ ଖାଲିପଡିଛି ପଦବୀ, ମାସକୁ ଦରମା ୫୩ ହଜାର
୧୦ମ କି ଆଇଟିଆଇ କରିଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ନ୍ୟାସନାଲ କାଉନସିଲ ଅଫ ସାଇନ୍ସ ମ୍ୟୁଜିୟମରେ ନିଯୁକ୍ତି ସୁଯୋଗ । ମାସକୁ ମିଳିବ ୫୩ ହଜାର ଦରମା ।

ନ୍ୟାସନାଲ କାଉନ୍ସିଲ ଅଫ ସାଇନ୍ସ ମ୍ୟୁଜିୟମ (NCSM) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଖାଲିପଡିଥିବା ପଦବୀରେ ଆବେଦନ ପାଇଁ ଅଫିସିଆଲ ୱେବସାଇଟ୍ https://ncsm.gov.in କୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଶେଷ ତାରିଖ ମାର୍ଚ୍ଚ ୨୭, ୨୦୨୩ ରହିଛି । ନ୍ୟାସନାଲ କାଉନ୍ସିଲ ଅଫ ସାଇନ୍ସ ମ୍ୟୁଜିୟମରେ ୨୪ ପଦ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି।
ପଦବୀ ବିବରଣୀ : ୨୪
ଅଫିସ ଆସିଷ୍ଟାଣ୍ଟ ଗ୍ରେଡ ୩
ଟେକ୍ନିସିଆନ ଏ
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୭ ମାର୍ଚ୍ଚ ୨୦୨୩ ପୂର୍ବରୁ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ/ସଂସ୍ଥାରୁ ମାଟ୍ରିକ/ଆଇଟିଆଇ/ଯୁକ୍ତ ୨/କର୍ମସିଆଲ ଆର୍ଟ/ଫାଇନ ଆର୍ଟ ଇତ୍ୟାଦିରେ ଡିଗ୍ରୀ ଏବଂ ଡିପ୍ଲୋମା କରିଥିବା ଜରୁରୀ ।
ବୟସ ସୀମା ; ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୫/୩୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ।
କେମିତି ହେବ ଚୟନ : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା/ଟାଇପ ଟେଷ୍ଟ/ଆପ୍ଟିଡ୍ୟୁଟ ଟେଷ୍ଟ/ ଟ୍ରେଡ ଟେଷ୍ଟ ଏବଂ ସାକ୍ଷାତକାର ଆଧାରରେ କରାଯିବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୩୨,୩୦୪ ଟଙ୍କାରୁ ୫୩,୧୪୮ ଟଙ୍କା ପ୍ରତି ମାସକୁ ମିଳିବ ।
ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୮୮୫ ଟଙ୍କା ଶୁଳ୍କ ଦେବାକୁ ପଡିବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :