ପୁରୀ ଜିଲ୍ଲାକୁ ୧୦୦୦ କିଲୋଲିଟର କିରୋସିନ ଦିଅ : ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ପୁରୀ ଜିଲ୍ଲାକୁ ୧୦୦୦ କିଲୋଲିଟର କିରୋସିନ ଯୋଗାଣ ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ବାତ୍ୟାରେ ପୁରୀ ଜିଲ୍ଲା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ପୁନରୁଦ୍ଧାର କାମ ଚାଲିଛି। ବିପନ୍ନଙ୍କୁ ବିଦ୍ୟୁତ ସଂଯୋଗ ଦେବାକୁ ଅଧିକ ସମୟ ଲାଗିବ। ବିଜୁଳି ଆଲୁଅ ଅଭାବ ଦୂର କରିବା ପାଇଁ ଅଧିକ କିରୋସିନିର ଆବଶ୍ୟକତା ରହିଛି। ତେଣୁ ପୁରୀ ଜିଲ୍ଲାକୁ ସ୍ୱାଭାବିକ କୋଟାଠାରୁ ଅଧିକ ୧୦୦୦ କିଲୋଲିଟର କିରୋସିନ ଦିଆଯାଉ । ତୈଳ କଂପାନୀଗୁଡ଼ିକ ଏହାକୁ ହୋଲସେଲରଙ୍କ ମାଗଣାରେ ଯୋଗାଇଦେଲେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମାଗଣାରେ କିରୋସିନ ଯୋଗାଇ ଦିଆଯିବ । ହିତାଧିକାରୀଙ୍କୁ ମେ ମାସ କୋଟାରେ କିରୋସିନି ବଣ୍ଟାଯିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।