NCL ରେ ବମ୍ପର ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
୧୦ମ ପାସ୍ କରି ଆଇଟିଆଇ କରିଥିଲେ କରିପାରିବେ ଆବେଦନ । ମାର୍କ ଆଧାରରେ ହେବ ଚୟନ । ଜାଣନ୍ତୁ କେବେ ଠାରୁ କରିବେ ଆବେଦନ ।

ନର୍ଦନ କୋଲ୍ଡଫିଲ୍ଡସ ଲିମିଟେଡ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ସଂସ୍ଥାରେ ଅପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏହି ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ nclcil.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ପ୍ରକ୍ରିୟା ୫ ଅକ୍ଟୋବରରୁ ଆରମ୍ଭ ହୋଇ ଶେଷ ୧୫ ଅକ୍ଟୋବରରେ ହେବ ।
ପଦବୀ ବିବରଣୀ : ୧୧୪୦
ଇଲେକ୍ଟ୍ରୋନିକ୍ସ ମେସିନ : ୧୩
ଇଲେକ୍ଟ୍ରିସିଆନ : ୩୭୦
ଫିଟର : ୫୪୩
ୱେଲଡର : ୧୫୫
ମୋଟର ମେକାନିକ : ୪୭
ଅଟୋ ଇଲେକ୍ଟ୍ରିସିଆନ : ୧୨
ବୟସ ସୀମା : ଏହି ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ଆବେଦନ କରିବାକୁ ଇଚ୍ଛୁକ ଥିବା ଓବିସି, EWS, ଏସସି, ଏସଟି ଏବଂ ସଂରକ୍ଷିତ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ ମିଳିବ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ୧୦ମ ମାର୍କ ଏବଂ ଆଇଟିଆଇ ମେରିଟ ଆଧାରରେ ହେବ । ଅଧିକ ଜାଣିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ ଚେକ୍ କରିପାରିବେ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ nclcil.in କୁ ଯାଇ ଚେକ୍ କରନ୍ତୁ ।
ଏହା ପରେ ଭର୍ତ୍ତି ପାଇଁ ଲିଙ୍କକୁ ଯାଇ କ୍ଲିକ୍ କରନ୍ତୁ ।
ତା’ ପରେ ସବୁ ବିବରଣୀ ପୂରଣ କରିଦିଅନ୍ତୁ ।
ଯୁଜର ଆଇଡି ଏବଂ ପାସଓ୍ଵାର୍ଡ କ୍ରିଏଟ କରନ୍ତୁ ।
ଆବେଦନ ଫର୍ମ ପୂରଣ କରିବା ପରେ ସବମିଟ୍ କରନ୍ତୁ ।
ଏହାପରେ ଆବେଦନ ଶୁଳ୍କ ଭରନ୍ତୁ ।
ଆବେଦନ ପତ୍ର ଡାଉନଲୋଡ କରି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରନ୍ତୁ ।