NCL ନିଯୁକ୍ତି ପାଇଁ ୧୭୬୫ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

ସରକାରୀ ଚାକିରି ପ୍ରତି ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ବଡ ଖୁସି ଖବର ।  ନର୍ଦନ କୋଲଫିଲ୍ଡ ଲିମିଟେଡ୍(NCL)ରେ ୧୭୬୫ ପଦବୀ ଖାଲି ପଡିଛି ।  ଇଚ୍ଛୁକ ପ୍ରାର୍ଥୀ NCL ୱେବସାଇଟକୁ ଯାଇ ଆବେଦନ କରିପାରିବେ । ୧୨ ମାର୍ଚ୍ଚ ଠାରୁ ୧୮ମାର୍ଚ୍ଚ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁରହିବ। ଏହି ନିଯୁକ୍ତିର ମେରିଟ ଲିଷ୍ଟ୍ ପାଇଁ ମୂଲ୍ୟାଙ୍କନ ଧାର୍ଯ୍ୟ କରାଯାଇଛି । ମନୋନୀତ ପ୍ରାର୍ଥୀଙ୍କ ଅପ୍ରେଣ୍ଟିସ ଟ୍ରେନିଂ ୨୪ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ଅଧିକ ବିବରଣୀ ପାଇଁ NCL ୱେବସାଇଟକୁ ଯାଇ ଚେକ୍ କରିପାରିବେ।

 

ପଦବୀ ବିବରଣୀ :  ୧୭୬୫

ଗ୍ରାଜୁଏଟ୍-୧୫୨

ଡିପ୍ଲୋମା-୫୯୭

ଟ୍ରେଡ୍ ଅପ୍ରେଣ୍ଟିସ-୯୪୧

ବୟସ ସୀମା : ଆବେଦନାକାରୀଙ୍କ ବୟସ ସୀମା ୧୮ରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା : ନିଜ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଆବେଦନକାରୀଙ୍କ ପ୍ରାପ୍ତ ମାର୍କ ଆଧାରରେ ପରୀକ୍ଷା ପ୍ରସ୍ତୁତ କରାଯିବ ।  ITI ପ୍ରାର୍ଥୀଙ୍କର ଟ୍ରେଡରେ ମେରିଟ୍ ମାର୍କ, ମାଟ୍ରିକରେ ଉତ୍ତୀର୍ଣ୍ଣ ପ୍ରତିଶତ ଆଧାରରେ  ପରୀକ୍ଷା ପ୍ରସ୍ତୁତ କରାଯାଇ ପ୍ରାର୍ଥୀଙ୍କ ଚୟନ କରାଯିବ ।

ଶିକ୍ଷାଗତ ଯୋଗ୍ୟତା : ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ତଳେ ଦିଆଯାଇଥିବା ଲିଙ୍କରୁ ଶିକ୍ଷାଗତ ଯୋଗ୍ୟତା ବିବରଣୀ ସମ୍ପର୍କରେ ଜାଣିପାରିବେ।

https://nclapprentice.cmpdi.co.in/OurPeople/OnlineApplications/nclRect.ph

 

ଆବେଦନ ପ୍ରକ୍ରିୟା :

ପ୍ରଥମେ NCL ୱେବସାଇଟକୁ ଯାଆନ୍ତୁ ।

ରିକ୍ରିୟୁଟମେଣ୍ଟ ଲିଙ୍କକୁ ଯାଇ ଗୋଟିଏ ନୂଆ ପେଜ୍ ଓପନ୍ କରନ୍ତୁ।

ଅପ୍ରେଣ୍ଟିସ୍ ଆପ୍ଲାଏ ଅନଲାଇନ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ରେଜିଷ୍ଟ୍ରେସନ୍ କରି ସାରିବା ପରେ ଫର୍ମ ପୂରଣ କରନ୍ତୁ।

ଆବେଦନ ଶୁଳ୍କ ଦେଇ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

ଶେଷରେ  ଇଚ୍ଛୁକ ପ୍ରାର୍ଥୀ ପେଜ୍ ଡାଉନଲୋଡ୍ କରି ଫର୍ମର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।

ଅଧିକ ବିବରଣୀ ପାଇଁ NCL ୱେବସାଇଟକୁ ଯାଇ ଚେକ୍ କରନ୍ତୁ ।

Also Read : BOIରେ ନିଯୁକ୍ତି, ଗ୍ରାଜୁଏସନ ପାସ୍ କରିଥିବା ପ୍ରାର୍ଥୀ କରିପାରିବେ ଆବେଦନ