NCRTC ରେ ୭୨ଟି ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ନ୍ୟାସନାଲ କ୍ୟାପିଟାଲ ରିଜନ୍ ଟ୍ରାନ୍ସପୋର୍ଟ କର୍ପୋରେସନ ଲିମିଟେଡ(NCRTC)ରେ ବିଭିନ୍ନ ଖାଲି ପଦବୀ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଏଥିରେ ୭୨ଟି ପଦବୀ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀ ୨୪ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଆବେଦନକାରୀମାନେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୭୨
ଜୁନିୟର ଇଞ୍ଜିନିୟର(ଇଲୋକ୍ଟ୍ରିକାଲ, ଇଲେକ୍ଟ୍ରୋନିସ, ମେକାନିକାଲ, ସିବିଲ)
ପ୍ରୋଗ୍ରାମ ଆସୋସିଏଟ
ଆସିଷ୍ଟାଣ୍ଟ ଏଚ୍.ଆର୍
ଆସିଷ୍ଟାଣ୍ଟ କର୍ପୋରେଟ ହସ୍ପିଟାଲିଟି
ଜୁନିୟର ମେଣ୍ଟେନର(ଇଲେକ୍ଟ୍ରୋନିକାଲ, ମେକାନିକାଲ)
ଆବେଦନ ତାରିଖ : ଆବେଦନକାରୀ ୨୪ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ଡିପ୍ଲୋମା, ଆଇଟିଆଇ, ବିସିଏ, ବିଏସସି, ବିବିଏ, ବିବିଏମ୍, ହୋଟେଲ ମ୍ୟାନେଜମେଣ୍ଟ, ନଚେତ୍ ବ୍ୟାଚଲର ଡିଗ୍ରୀ ଥିବା ଆବଶ୍ୟକ ।
ବୟସ ସୀମା : ଆବେଦନକାରୀଙ୍କ ନ୍ୟୁନତମ ୧୮ ବର୍ଷ ଏବଂ ଅଧିକତମ ୨୫ ବର୍ଷ ହୋଇଥିବା ଜରୁରୀ ।
ଆବେଦନ ଶୁଳ୍କ : ଜେନେରାଲ, ଇଡବ୍ଲିୟୁ, ଓବିସି ଆବେଦନ ପ୍ରାର୍ଥୀଙ୍କ ପାଇଁ ୧୦୦୦ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି । ଏସସି, ଏସଟି ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇନାହିଁ ।
ଆବେଦନ ପ୍ରକ୍ରିୟା :
ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଭର୍ତ୍ତି ସମ୍ବନ୍ଧୀୟ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ରେଜିଷ୍ଟ୍ରେସନ ବଟନ ଉପରେ କ୍ଲିକ୍ କରନ୍ତୁ ।
ଆବଶ୍ୟକୀୟ ଡକ୍ୟୁମେଣ୍ଟକୁ ଦାଖଲ କରନ୍ତୁ ।
ଦିଆଯାଇଥିବା ଆବେଦନ ଶୁଳ୍କ ଦେଇ ଫର୍ମକୁ ସମିଟ୍ କରନ୍ତୁ ।
ଶେଷରେ ଇଚ୍ଛୁକ ପ୍ରାର୍ଥୀ ପେଜ୍ ଡାଉନଲୋଡ୍ କରି ଫର୍ମର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।
Also Read : ଇଣ୍ଟର୍ଣ୍ଣସିପ୍ ପାଇଁ UNESCOର ବଡ ଘୋଷଣା, ଏହି ସବୁ ପଦବୀରେ କରିପାରିବେ ଆବେଦନ