ମାମୁଁଙ୍କ ମୃତ୍ୟୁ ଖବର ଶୁଣି ଧାଇଁ ଆସିଥିଲା ଭାଣେଜି, ଅଧାବାଟରେ ମାମୁଁ ପଛେ ପଛେ ଆରପାରିକୁ ଚାଲିଗଲା

ମାମୁଁର ମୃତ୍ୟୁ ଖବର ପାଇ ଦେଖିବାକୁ ଯାଇଥିଲା ଭାଣେଜି । ହେଲେ ଅଧା ବାଟରେ ଛକି ବସିଥିଲା ଯମ । ମାମୁଁର ମଲା ମୁହଁ ଦେଖିବା ପୂର୍ବରୁ ମରି ଶୋଇଲା ଭାଣେଜି ।

ଉଦଳା: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ ପରିସର । ଯେତେ ବୁଝାଇଲେ ବି ବୁଝୁନି ମା’ର ମନ । ଆଜି ସିଏ ଅବୁଝା ହୋଇଯାଇଛି । କାରଣ ଗୋଟିଏ ପଟେ ଭାଇର ମୃତ୍ୟୁ ହୋଇଥିବା ବେଳେ ଅନ୍ୟପଟେ ଚାଲିଯାଇଛି ଝିଅ । ଆପଣ କୁହନ୍ତୁ କୋଉ ମା’ ବି ସହିବ ଏ ଦୁଃଖ । ସେଥିପାଇଁ ତ ଛାତି ଫଟାଇ କାନ୍ଦୁଛି ଏ ମା’ ଜଣକ । ଏ ମା’ର ଦୁଃଖକୁ ସହି ହେଉନି । ଓଃ କି କଷ୍ଟ ! ଆପଣଙ୍କ ଆଖିରୁ ଝରିପଡ଼ିବ ଲୁହ । ଟିକିଏ ଦେଖୁନାହାଁନ୍ତି ମା’ଟି ତା ଝିଅକୁ ହରାଇ କେମିତି ରା ଧରି କାନ୍ଦୁଛି ।

ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ବି ଛଳ ଛଳ ହୋଇଯିବ । ଶୁଣି ମଧ୍ୟ ହତବାକ୍‌ ହୋଇ ରହିଯିବେ । ମାମୁଁର ମୃତ୍ୟୁ ଖବର ପାଇ ଦେଖିବାକୁ ଯାଇଥିଲା ଭାଣେଜି । ହେଲେ ଅଧା ବାଟରେ ଛକି ବସିଥିଲା ଯମ । ମାମୁଁର ମଲା ମୁହଁ ଦେଖିବା ପୂର୍ବରୁ ମରି ଶୋଇଲା ଭାଣେଜି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ସଦାନନ୍ଦପୁର ଗ୍ରାମ ରେ। ଗତ କାଲି ସଦାନନ୍ଦପୁର ଗ୍ରାମର ଡୁମା ସିଂ ସମ୍ପର୍କୀୟଙ୍କ ଘରକୁ ଯାଇ ଥିଲେ । ସନ୍ଧ୍ୟା ସମୟରେ ସେ ନିଜ ଘର ଉଦଳାକୁ ଫେରୁ ଥିବା ବେଳେ ଗୋଡା ପୋଲରୁ ତଳକୁ ଖସି ମୃତ୍ୟୁ ହୋଇଥିଲା।

ଆଉ ଆଜି ନିଜ ଗ୍ରାମ ସଦାନନ୍ଦପୁରରେ ତାଙ୍କର ଶବ ସତ୍କାର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଖବର ପାଇ ମାମୁଙ୍କୁ ଦେଖିବାକୁ ଧାଇଁ ଆସିଥିବା ବେଳେ ଭାଣେଜି ଭବାନୀ ସିଂ ସେହିଠାରେ ଟଳି ପଡ଼ିଥିଲେ। ଆଉ ଗୁରୁତର ଅବସ୍ଥାରେ ଭବାନୀଙ୍କୁ ଉଦଳା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ମାମୁଁ ଓ ଭାଣେଜିଙ୍କ ମୃତ୍ୟୁକୁ ନେଇ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।