ବଡ଼ମଙ୍ଗଳପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ଲକ୍ଷ୍ମୀ ଓ ଗଣେଶଙ୍କ ନୂତନ ବିଗ୍ରହ ସ୍ଥାପନ ଉତ୍ସବ
ଘଣ୍ଟ ଦୀପ ଧୁପ ହୁଳୁ ହୁଳିରେ ପୂରି ଉଠୁଛି ପୂରା ପରିବେଶ । ଭକ୍ତିରେ ପ୍ରଭୁଙ୍କୁ ସୁମରଣା କରୁଛନ୍ତି ଲୋକେ । ଆଉ ଯୁଆଡ଼େ ଚାହିଁଲେ ଖାଲି ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥାଏ । ଗହଳି ଚହଳିରେ ପୂରି ଉଠୁଛି ଯାଜପୁର ସହର । କାରଣ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡମଙ୍ଗଳପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ଲକ୍ଷ୍ମୀ ଓ ଗଣେଶଙ୍କ ନୂତନ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଯାଜପୁର: ଘଣ୍ଟ ଦୀପ ଧୁପ ହୁଳୁ ହୁଳିରେ ପୂରି ଉଠୁଛି ପୂରା ପରିବେଶ । ଭକ୍ତିରେ ପ୍ରଭୁଙ୍କୁ ସୁମରଣା କରୁଛନ୍ତି ଲୋକେ । ଆଉ ଯୁଆଡ଼େ ଚାହିଁଲେ ଖାଲି ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥାଏ । ଗହଳି ଚହଳିରେ ପୂରି ଉଠୁଛି ଯାଜପୁର ସହର । କାରଣ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡମଙ୍ଗଳପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ଲକ୍ଷ୍ମୀ ଓ ଗଣେଶଙ୍କ ନୂତନ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଦିବସ ଵ୍ୟାପୀ ଯଜ୍ଞ ଉତ୍ସବର ଆୟୋଜନ କରାଯାଇଥିଲା। ଗ୍ରାମର ଶତାଧିକ ମହିଳା ମାନେ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ଜଳ ଆଣି ଏକ କଳସ ଶୋଭାଯାତ୍ରାରେ ମନ୍ଦିର ନିକଟରେ ପହଞ୍ଚିଥିଲେ। ପରେ ବ୍ରାହ୍ମଣ ପଣ୍ଡିତଙ୍କ ଉପସ୍ଥିତିରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ବେଦ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ପରିବେଶ। ଅଙ୍କୁରାରୋପଣ ସହ ସୂର୍ଯ୍ୟ ପୂଜା, ଗୋ ପୂଜା, ହୋମ ଆଦି ଯଥା ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଏହାସହ ମାତା ଲକ୍ଷ୍ମୀ ଓ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା।
ତେବେ ସନ୍ଧ୍ୟାରେ ଆଳତି ସହ ରାତ୍ରିରେ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଡ଼ମଙ୍ଗଳପୁର ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।