ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ । ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ(NHAI)ଡିପୁଟି ମ୍ୟାନେଜର ପଦବୀ ପାଇଁ ନୋଟିଫିକେସନ୍ ଜାରି କରିଛି । ଆବେଦନକାରୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।
ପଦବୀ ବିବରଣୀ : ଏହି ନିଯୁକ୍ତି ପାଇଁ ୪୦ଟି ପଦବୀ ଖାଲି ପଡିଛି । ଏହି ନିଯୁକ୍ତି ପାଇଁ ଡେପୁଟି ମ୍ୟାନେଜର ପଦବୀ ଖାଲି ପଡିଛି ।
ବୟସ ସୀମା : ଏହି ନିଯୁକ୍ତି ପାଇଁ ବୟସ ସୀମା ଧାର୍ଯ୍ୟ କରାଯାଇଛି । ସରକାରୀ ନିୟମାନୁସାରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ଼ କରାଯାଇଛି । କେବଳ ଭାରତୀୟ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବାଧ୍ୟତାମୂଳକ । ଏହା ସହିତ ପ୍ରାର୍ଥୀଙ୍କର GATE 2025 ସ୍କୋର ବୈଧ ହେବା ଉଚିତ୍ ।
ଦରମା : ଡେପୁଟି ମ୍ୟାନେଜର ପଦବୀ ପାଇଁ ମନୋନୀତ ପ୍ରାର୍ଥୀମାନେ ପ୍ରତି ମାସରେ ୫୬,୧୦୦ ରୁ ୧,୭୭,୫୦୦ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ ।
ଚୟନ ପ୍ରକ୍ରିୟା : ଚୟନ ପ୍ରକ୍ରିୟା କେବଳ GATE 2025 ସ୍କୋର ଉପରେ ଆଧାରିତ ହେବ ଏବଂ କୌଣସି ଲିଖିତ ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁ ହେବ ନାହିଁ । ଯୋଗ୍ୟତା ଆଧାରରେ ପ୍ରାର୍ଥୀଙ୍କୁ ମନୋନୀତ କରାଯିବ କରାଯିବ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
Recruitment ସେକ୍ସନକୁ ଯାଇ Vacancies ଏବଂ current ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
ଡେପୁଟି ମ୍ୟାନେଜର ନିଯୁକ୍ତି ନୋଟିଫିକେସନ୍ ଖୋଲି ଅନଲାଇନ୍ ଆବେଦନ ଲିଙ୍କରୁ ଫର୍ମ ପୂରଣ କରନ୍ତୁ ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରିବା ପରେ ଫର୍ମ ସର୍ବମିଟ କରନ୍ତୁ
ଶେଷରେ ଏହାର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବେ ରଖନ୍ତୁ।
Also Read : ITI ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, ଟ୍ରେନିଂ ଅଫିସର ନିଯୁକ୍ତି ପାଇଁ ଖାଲି ପଡିଛି ୧୧୨୦ ପଦବୀ