ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ଭର୍ତ୍ତି ସୁଯୋଗ, ଆଉ ଦୁଇଦିନ ପରେ କରିପାରିବେ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର ଆଣିଦେଇଛି ନ୍ୟାସନାଲ ହାଉସିଂ ବ୍ୟାଙ୍କ । ନୋଟିଫିକେସନ ମୁତାବକ, ବ୍ୟାଙ୍କରେ ଅନେକ ପଦବୀ ଖାଲିପଡିଛି । ଏଥିପାଇଁ ଭର୍ତ୍ତି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଆବେଦନ ପ୍ରକ୍ରିୟା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବ ।
ନ୍ୟାସନାଲ ହାଉସିଂ ବ୍ୟାଙ୍କର ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୪୮
ବ୍ରାଞ୍ଚ ମ୍ୟାନେଜର, ଆସିଷ୍ଟାଣ୍ଟ ବ୍ରାଞ୍ଚ ମ୍ୟାନେଜର ଇତ୍ୟାଦି ସାମିଲ । ନୋଟିଫିକେସନ ମୁତାବକ, ଏହି ଭର୍ତ୍ତି ପାଇଁ ୨୩ ରେଗୁଲାର ପଦ ଏବଂ ୨୫ ଚୁକ୍ତିଭିତ୍ତିକ ନିଯୁକ୍ତି ହେବ ।
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଜୁନ୍ ୨୯ରୁ ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୯ ରହିଛି ।
ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା : ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ ।
କେମିତି କରିବେ ଆବେଦନ : ଆବେଦନ କରିବା ପାଇଁ nhb.org.in କୁ ଯାଆନ୍ତୁ । ହୋମପେଜରେ ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ସମସ୍ତ ବିବରଣୀ ସଠିକ୍ ଭାବେ ପଢିବା ପରେ ଆବେଦନ ଫର୍ମ ଜମା କରନ୍ତୁ । ଏହାପରେ ସମସ୍ତ ଦସ୍ତାବିଜ ଅପଲୋଡ କରି ପ୍ରିଣ୍ଟଆଉଟ କାଢି ରଖନ୍ତୁ ।