ରାଜସ୍ଥାନରେ ନିଯୁକ୍ତି ପାଇଁ NHMର ବଡ ଘୋଷଣା, ଜାଣନ୍ତୁ କିପରି କରିବେ ଆବେଦନ

ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ(NHM) ଏବଂ ରାଜ୍ୟ ମେଡିକାଲ ଏଜୁକେସନ ସୋସାଇଟର ତରଫରୁ ୫ ହଜାରରୁ ଅଧିକ ନିଯୁକ୍ତି ପଦବୀ ପାଇଁ ଘୋଷଣା କରିଛନ୍ତି । ଏହାର ଆବେଦନ ପ୍ରକ୍ରିୟା ୧ମେ ପର୍ଯ୍ୟନ୍ତ ଚାଲୁରହିବ । ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୂ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୮୨୫୬
ଆବେଦନ ତାରିଖ : ଏହି ନିଯୁକ୍ତି ପାଇଁ ଆବେଦନକାରୀମାନେ ଏପ୍ରିଲ ୨ରୁ ମେ ୧ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଏହି ନିଯୁକ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ +୨ ଏବଂ ଯେକୌଣସି ଷ୍ଟ୍ରିମରେ ଗ୍ରାଜୁଏସନ୍ ପାସ୍ କରିଥିବା ଜରୁରୀ ।
ବୟସସୀମା : ଆବେଦନକାରୀଙ୍କ ନିମ୍ନତମ ବୟସ ୧୮ ବର୍ଷ ଏବଂ ଅଧିକତମ ବୟସସୀମା ୪୦ ବର୍ଷ ଧାର୍ଯ୍ୟ କରାଯାଇଛି । ଆରକ୍ଷିତ ବର୍ଗର ପିଲାଙ୍କ ପାଇଁ ବୟସସୀମା ଛାଡ କରାଯାଇଛି ।
ଆବେଦନ ଶୁଳ୍କ : ଜେନେରାଲ ପ୍ରାର୍ଥୀଙ୍କ ପାଇଁ ୬୦୦ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଥିବାବେଳେ ଏସି, ଏସଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୪୦୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପାଇଁ ଲିଖିତ ମାଧ୍ୟମରେ ପରୀକ୍ଷା କରାଯିବ ଏବଂ କଟଅଫ୍ ଆଧାରରେ ପ୍ରାର୍ଥୀଙ୍କୁ ମନୋନୀତ କରାଯିବ ।
ଆବେଦନ ପ୍ରକ୍ରିୟା :
ଆବେଦନକାରୀ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ହୋମପେଜର ‘ଆପ୍ଲାଏ ଅନଲାଇନ’ଉପରେ କ୍ଲିକ୍ କରନ୍ତୁ ।
ନିଜର ରେଜିଷ୍ଟ୍ରେସନ କରି ମେଡିକାଲ ଅଫିସର ଲିଙ୍କକୁ ଯାଆନ୍ତୁ ।
ଆବଶ୍ୟକୀୟ ବିବରଣୀ ଦେଇ ଫର୍ମ ପୂରଣ କରି ଫର୍ମକୁ ସମିଟ କରନ୍ତୁ ।
ଶେଷରେ ଇଚ୍ଛୁକ ପ୍ରାର୍ଥୀ ପେଜ୍ ଡାଉନଲୋଡ୍ କରି ଫର୍ମର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।
Also Read : NMRCରେ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ