ରେଲୱେରେ ଆସିଷ୍ଟାଣ୍ଟ ଲୋକ୍ ପାଇଲଟ ପାଇଁ ୯୯୦୦ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତୀୟ ରେଲୱେରେ ଆସିଷ୍ଟାଣ୍ଟ ଲୋକ ପାଇଲଟ (ALP) ନିଯୁକ୍ତି ପାଇଁ ୯୯୦୦ ପଦବୀ ଖାଲି ପଡିଛି । ଏହାର ଆବେଦନ ପ୍ରକ୍ରିୟା ୧୦ ଏପ୍ରିଲରୁ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୯୯୦

ବୟସ ସୀମା : ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ଅଧିକ ୩୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ST,SSC, OBC ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ଦିଆଯିବ ।

ଶିକ୍ଷାଗତ ଯୋଗ୍ୟତା :  ଏହି ନିଯୁକ୍ତି ଭର୍ତ୍ତି ପାଇଁ ଆବେଦନକାରୀମାନେ ମାନ୍ୟତା ପ୍ରାପ୍ତ ବିଦ୍ୟାଳୟରୁ ITI, ଡିପ୍ଲୋମା, ଗ୍ରାଜୁଏସନ୍ ପାସ୍ କରିଥିବା ଜରୁରୀ ।

ଆବେଦନ ଶୁଳ୍କ : ଜେନେରଲା, ଓବିସି ଏବଂ EWS ପ୍ରାର୍ଥୀଙ୍କ ପାଇଁ ୫୦୦ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି । ଏସସି, ଏସଟି, PWBD ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି ।

ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ୩ଟି ଭାଗରେ CB-1, CB-2, CBAT ରେ କରାଯିବ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ RRBର ୱେବସାଇଟକୁ ଯାଆନ୍ତୁ ।

ALP ୨୦୨୫ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ରେଜିଷ୍ଟ୍ରେସନ କରି ଫର୍ମ ପୂରଣ କରନ୍ତୁ ।

ଆବଶ୍ୟକୀୟ ବିବରଣୀ ଦେଇ ଆବେଦନ ଶୁଳ୍କ ଭରି ଫର୍ମ ସବମିଟ କରନ୍ତୁ ।

ଶେଷରେ ଫର୍ମର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।

Also Read : ବିହାରରେ ଫିଲ୍ଡ ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ୨୦୧ ପଦବୀ ଖାଲି ପଡିଛି, ଜାଣନ୍ତୁ କ’ଣ ରହିଛି କ୍ବାଲିଫିକେସନ ମାର୍କ