NIT ରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଅଗରତାଲାରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଗ୍ରେଡ ୧ ଏବଂ ଗ୍ରେଡ ୨ ପାଇଁ ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ତୁରନ୍ତ ଆବେଦନ କରନ୍ତୁ । ଏଠାରେ ଖାଲିପଡିଥିବା ପଦବୀ ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୭

କେମିକାଲ ଇଂଜିନିୟରିଂ, ବାୟୋ ଇଂଜିନିରିଂ, କେମେଷ୍ଟ୍ରି, ଗଣିତ, ଫିଜିକ୍ସ, ସିଭିଲ ଇଂଜିନିୟରିଂ, ମେକାନିକାଲ ଇଂଜିନିୟରିଂ, ଇଲେକ୍ଟ୍ରିକାଲ ଇଂଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଂଜିନିୟରିଂ, ପ୍ରଡକ୍ସନ ଇଂଜିନିୟରିଂ, ମ୍ୟାନେଜମେଣ୍ଟ, ହ୍ୟୁମାନିଟିଜ ଆଣ୍ଡ ସୋସିଆଲ ସାଇନ୍ସ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ଅଗଷ୍ଟ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ସମ୍ବନ୍ଧୀୟ ବିଷୟରେ ଅତି କମରେ ୫୫% ମାର୍କ ସହିତ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ । ଏହାସହିତ ପ୍ରାର୍ଥୀ ୟୁଜିସି ନେଟ କିମ୍ବା ସିଏସଆଇଆର ନେଟ, ଏସଏଇଇଡି, ଷ୍ଟେଟ ଏଲିଜିବିଲିଟି ଟେଷ୍ଟ ପରୀକ୍ଷା ପାସ୍‌ କରିଥିବା ଜରୁରୀ । ପିଏଚଡି ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ସାଧାରଣ ବର୍ଗ ପ୍ରାର୍ଥୀ ୧୦୦୦ ଟଙ୍କା ଦେବାକୁ ହେବ । ସେହିପରି ସଂରକ୍ଷିତ ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । PWD ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ହେବ ନାହିଁ ।

ଦରମା : ଆସିଷ୍ଟାଣ୍ଟ ପ୍ରଫେସର ଗ୍ରେଡ ୧ ପାଇଁ ପେ ଲେବଲ ୧୨ ଅନୁଯାୟୀ ଦରମା ମିଳିବ । ଆସିଷ୍ଟାଣ୍ଟ ପ୍ରଫେସର ଗ୍ରେଡ ୨ ପାଇଁ ପେ ଲେବଲ ୧୧ ଅନୁଯାୟୀ ଦରମା ମିଳିବ । କିଛି ଆସିଷ୍ଟାଣ୍ଟ ପ୍ରଫେସର ଗ୍ରେଡ ୨ ଦରମା ଲେବଲ ୧୦ ହିସାବରେ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।