NTPC ରେ ମେକାନିକାଲ ସୁପରଭାଇଜର ଏବଂ ମାଇନିଂ ଓଭରମେନ ପଦବୀ ଖାଲି, କରନ୍ତୁ ଆବେଦନ
୧୨ମ ପାସ୍ କରି ଡିପ୍ଲୋମା କରିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ମାସକୁ ମିଳିବ ୫୦ ହଜାର ଦରମା ଏବଂ ଅନ୍ୟାନ ଲାଭ । NTPC ରେ ଚାକିରି ପାଇଁ କରନ୍ତୁ ଆବେଦନ

ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ଲିଭିଟେଡ୍ରେ ଖାଲିପଡିଛି ପଦବୀ । ଇଚ୍ଛୁକ ପ୍ରାର୍ଥୀ ଓଭରମେନ, ମାଇନିଂ ଓଭରମେନ, ମେକାନିକାଲ ସୁପରଭାଇଚର ଏବଂ ଅନ୍ୟ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯୋଗ୍ୟ ଏବଂ ଇଛ୍ଛୁକ ପ୍ରାର୍ଥୀ ଏନଟିପିସିର ଅଫିସିଆଲ ୱେବସାଇଟ careers.ntpc.co.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଠାରେ ୧୫୨ ପଦବୀ ଖାଲିପଡିଛି ।
ପଦବୀ ବିବରଣୀ : ୧୫୨
ମାଇନିଂ ଓଭରମେନ : ୮୪
ଓଭରମେନ : ୭
ମେକାନିକାଲ ସୁପରଭାଇଜର : ୨୨
Electrical ସୁପରଭାଇଜର : ୨୦
ଭୋକେସନାଲ ଟ୍ରେନିଂ ଇନ୍ସପେକ୍ଟର: ୩
ଖଣି ସର୍ବେକ୍ଷଣ : ୯
ଖନନ ସରଦାର: ୭
ଜରୁରୀ ତାରିଖ ; ଇଚ୍ଛୁକ ପ୍ରାର୍ଥୀ ମଇ ୫ , ୨୦୨୩ ପୂର୍ବରୁ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଡିପ୍ଲୋମା ପାସ୍ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୫ ବର୍ଷ ହେବା ଜରୁରୀ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୫୦ ହଜାର ଟଙ୍କା ଦରମା ମିଳିବ ।
ଆବେଦନ ଶୁଳ୍କ : ସାଧାରଣ/EWS ଏବଂ ଓବିସି ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ୩୦୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଅନ୍ୟମାନେ ଏବଂ ମହିଳାମାନେ ବିନା ଆବେଦନ ଶୁଳ୍କରେ ଆବେଦନ କରିପାରିବେ ।
କେମିତି କରିବେ ଆବେଦନ :
ପ୍ରଥମେ ଏନଟିପିସିର ଅଫିସିଆଲ ୱେବସାଇଟ careers.ntpc.co.in କୁ ଯାଆନ୍ତୁ ।
ହୋମ୍ ପେଜରେ ଜବ୍ ଲିଙ୍କରେ କ୍ଲିକ କରନ୍ତୁ ।
ଅନଲାଇନ ଲିଙ୍କ ଉପରେ କ୍ଲିକ କରି ମଗାଯାଇଥିବା ସମସ୍ତ ଜରୁରୀ ବିବରଣୀ ପ୍ରଦାନ କରି ଆବେଦନ ଫର୍ମ ପୂରଣ କରନ୍ତୁ ।
ତା’ ପରେ ଆବେଦନ ଶୁଳ୍କ ଜମା କରନ୍ତୁ ।
ସବୁକିଛି ସରିବା ପରେ ସବମିଟ୍ ବଟନ କ୍ଲିକ କରନ୍ତୁ । ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://careers.ntpc.co.in/recruitment/advertisements/002023_eng_adv