NTPC ରେ ଖାଲିପଡିଛି ୨୨୩ ପଦବୀ, ଇଂଜିନିୟରିଂ କରିଥିଲେ କରନ୍ତୁ ଆବେଦନ
ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ଲିମିଟେଡରେ ୨୨୩ ପଦବୀ ଖାଲି ପଡିଛି । ଏନଟିପିସିରେ ଖାଲିପଡିଥିବା ପଦବୀ ପାଇଁ ଆବେଦନ କେବଳ ଅନଲାଇନ ମାଧ୍ୟମରେ କରାଯିବ । ଏମିତି କରିବା ପାଇଁ ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ ntpc.co.in.କୁ ଯିବାକୁ ହେବ ।

ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ଲିମିଟେଡରେ ଖାଲିପଡିଛି ଅନେକ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏଠାରେ ୨୨୩ ପଦବୀ ଖାଲି ପଡିଛି । ଏନଟିପିସି ମୁତାବକ, ଖାଲିପଡିଥିବା ପଦବୀ ପାଇଁ ୨୫ ଜାନୁଆରୀରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏନଟିପିସିରେ ଖାଲିପଡିଥିବା ପଦବୀ ପାଇଁ ଆବେଦନ କେବଳ ଅନଲାଇନ ମାଧ୍ୟମରେ କରାଯିବ । ଏମିତି କରିବା ପାଇଁ ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ntpc.co.in. କୁ ଯାଇ ଆବେଦନ ବିଷୟରେ ସବିଶେଷ ବିବରଣୀ ପାଇପାରିବେ ।
ପଦବୀ ବିବରଣୀ : ୨୨୩
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୮ ଫେୃବଆରୀ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟି କିମ୍ବା ସଂସ୍ଥାରୁ ଇଲେକ୍ଟ୍ରିକାଲ/ମେକାନିକାଲ ଇଂଜିନିୟରିଂରେ ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୩୫ ବର୍ଷ ହେବା ଜରୁରୀ ।
ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ପ୍ରାର୍ଥୀ/EWS/ଓବିସି ପ୍ରାର୍ଥୀ ୩୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀ ଏବଂ ମହିଳା ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ହେବ ନାହିଁ । ଆବେଦନ ଶୁଳ୍କ ଅନଲାଇନ ଦେବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୫୫,୦୦୦ ଟଙ୍କା ଦରମା ମିଳିବ । ଏହା ସହିତ ଅନ୍ୟ ସବୁ ସୁବିଧା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।