NTROରେ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କିପରି

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ ପ୍ରାର୍ଥୀ ନ୍ୟାସନାଲ ଟେକ୍ନିକାଲ ରିସର୍ଚ୍ଚ ସଂସ୍ଥାରେ ଖାଲିପଡିଛି ପଦବୀ । ଏଠାରେ ବିଭିନ୍ନ ବିଭିନ୍ନ ବୈଜ୍ଞାନିକ ବି ପଦବୀରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ରହିଛି । ଏହି ଭର୍ତ୍ତି ମ୍ୟାଟ୍ରିକ୍ସ ଲେବଲ-୧୦ ପାଇଁ ଆୟୋଜିତ ହେବ । ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୭୫

ଜରୁରୀ ତାରିଖ : ଇଛୁକ ପ୍ରାର୍ଥୀ ନଭେମ୍ବର ୮ ପୂର୍ବରୁ ଆବେଦନ କରନ୍ତୁ ।

ଶିକ୍ଷାଗତ ଯୋଗ୍ୟତା: ଇଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସମ୍ବନ୍ଧୀୟ ବିଷୟରେ ଗ୍ରାଜୁଏସନ ପାସ୍‌ କିମ୍ବା ପିଜି କରିଥିବା ଜରୁରୀ ।

ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷ ଭିତରେ ହେବା ଜରୁରୀ । କେନ୍ଦ୍ର ସରକାର କର୍ମଚାରୀଙ୍କ ସର୍ବାଧିକ ବୟସ ସୀମାରେ ୫ ବର୍ଷର ଛାଡ ମିଳିବ । କେନ୍ଦ୍ର ସରକାର ତରଫରୁ ଜାରି ନିର୍ଦ୍ଦେଶ ଅନୁଯାୟୀ ଲାଗୁ ହେବ ।

କେମିତି କରିବେ ଆବେଦନ : ଇଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ । ଆବେଦନ କେବଳ ଅନଲାଇନ ମୋଡରେ ସ୍ୱୀକାର ହେବ । ଅନ୍ୟ କୌଣସି ମାଧ୍ୟମରେ ଆବେଦନ ସ୍ୱୀକାର ହେବ ନାହିଁ । ଆବେଦନ ପାଇଁ ପ୍ରଥମେ ଇମେଲ ଆଇଡି ସହିତ ମୋବାଇଲ ନମ୍ବର ଦେଇ ରେଜିଷ୍ଟ୍ରେସନ କରିବାକୁ ହେବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ । ଲିଖିତ ପରୀକ୍ଷାରେ ପାସ ହେବା ପରେ ସାକ୍ଷାତକାର ପାଇଁ ଡକାଯିବ । ଶେଷରେ ଚୟନ କରାଯିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।