ଦୁଇ ଦଶନ୍ଧି ପରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରୁ ଗୃହ ଚଳାଇଲେ ଡ.ସସ୍ମିତ ପାତ୍ର, ସାଂସଦ ମାନେ ଜଣାଇଲେ ଅଭିନନ୍ଦନ

କେନ୍ୟୁଜ୍(ବ୍ୟୁରୋ): ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରୁ ଆଜି ପ୍ରଥମ ଥର ପାଇଁ ଜଣେ ଓଡିଆ ଭାବେ ସାଂସଦ ଡ.ସସ୍ମିତ ପାତ୍ର ଗୃହ ପରିଚାଳନା କରିଥିଲେ। ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କର ଅନୁପସ୍ଥିତିରେ ଗୃହକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ସସ୍ମିତ ପାତ୍ର। ମହାମାରୀ ରୋଗ (ସଂଶୋଧନ) ବିଲ-୨୦୨୦କୁ ନେଇ ଗୃହରେ ଆଲୋଚନା ହୋଇଥିଲା।
ଗତବର୍ଷ ଜୁଲାଇ ମାସରେ ରାଜ୍ୟସଭାର ଅଧ୍ୟକ୍ଷ ଏମ୍.ଭେଙ୍କିଆ ନାଇଡୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ସସ୍ମିତଙ୍କ ସହିତ ଛଅଜଣ ସଦସ୍ୟଙ୍କୁ ମନୋନୀତ କରିଥିଲେ। ଆଜି ସୁଚାର ରୁପେ ଗୃହ ପରିଚାଳନାରେ କରିଥିବାରୁ ରାଜ୍ୟସଭାର ସାଂସଦମାନେ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟସଭାରେ ଉତ୍ତମ ପ୍ରର୍ଦଶନ ଯୋଗୁଁ ସସ୍ମିତ ପାତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ବିଭିନ୍ନ ସମୟରେ ପ୍ରଶଂସିତ ହୋଇ ସାରିଛନ୍ତି।