ଉଦଘାଟିତ ହୋଇଛି ଓଡ଼ିଶା ବିକାଶ କନକ୍ଲେଭ୍-୨୦୧୮

ଭୁବନେଶ୍ୱର (କେନ୍ଯୁଜ୍) : ଉଦଘାଟିତ ହୋଇଛି ଓଡ଼ିଶା ବିକାଶ କନକ୍ଲେଭ୍-୨୦୧୮ । ରେଳ ପ୍ରେକ୍ଷାଳୟରେ ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଯୋଗ ଦେଇ କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ବଢ଼ିଛି । ଆହୁରି ଅନେକ କାମ କରିବାର ଅଛି । ତାସହ ଶିକ୍ଷା କ୍ଷେତ୍ରରେ ମଧ୍ୟ ଓଡିଶାକୁ ଅଧିକରୁ ଅଧିକ କାର୍ଯ୍ୟ କରିବାରୁ ଆବଶ୍ୟକତା ଥିବା ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି । କାର୍ଯ୍ୟକ୍ରମରେ CYSDର ପ୍ରତିଷ୍ଠାତା ଜଗତାନନ୍ଦ, ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ୩ ଦିନ ଧରି ଚାଲିବାକୁ ଥିବା ଏହି କାଯ୍ୟକ୍ରମରେ ୮୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବାର କାଯ୍ୟକ୍ରମ ରହିଛି । ଏହି ଅବସରରେ ଓଡ଼ିଶା ବିକାଶ କନକ୍ଲେଭ୍ ୨୦୧୮ର ପୁସ୍ତକ ମଧ୍ୟ ଉନ୍ମୋଚନ ହୋଇଛି ।