ଓଡିଶା ଫାୟାର ସର୍ଭିସରେ ଚାକିରି ପାଇଁ କରନ୍ତୁ ଆବେଦନ, ୧୦ମ ପାସ୍ କରିଥିବା ଜରୁରୀ
୧୦ମ କିମ୍ବା ୧୨ ପାସ୍ କରି ଡ୍ରାଇଭିଂ ଲାଇସେନ୍ସ ରଖିଥିଲେ ତୁରନ୍ତ କରନ୍ତୁ ଆବେଦନ । ଓଡିଶା ଫାୟାର ସର୍ଭିସରେ ଖାଲିପଡିଛି ୯୪୧ ପଦବୀ । ଆବେଦନ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଛି ।

ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଓଡିଶା ଫାୟାର ସର୍ଭିସରେ ଖାଲିପଡିଛି ୯୪୧ ପଦବୀ । ଫାୟାରମ୍ୟାନ୍ ଏବଂ ଫାୟାରମ୍ୟାନ ଡ୍ରାଇଭର ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଓଡିଶା ଫାୟାରମ୍ୟାନ ରିକ୍ରୁଟମେଣ୍ଟ ୨୦୨୩ କୁ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୯୪୧
ଫାୟାରମ୍ୟାନ : ୮୨୬
ଫାୟାରମ୍ୟାନ ଡ୍ରାଇଭର : ୧୧୫
ଜରୁରୀ ତାରିଖ : ଆବେଦନ ତାରିଖ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଥିବା ବେଳେ ଶେଷ ୩୦ ସେପ୍ଟେମ୍ବର ୨୦୨୩ରେ ରହିବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାଥୀ ୧୦ମ କିମ୍ବା ଯୁକ୍ତ ୨ ପାସ୍ କରିଥିବା ଜରୁରୀ । ଯେଉଁମାନେ ଡ୍ରାଇଭର ପଦବୀ ପାଇଁ ଆବେଦନ କରିବେ ସେମାନଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୯ରୁ ୨୫ ବର୍ଷ ମଧ୍ୟରେ ହେବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୯,୯୦୦ ଟଙ୍କା ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଶାରୀରିକ ଦକ୍ଷତା, ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ ହେବ ।
ପରୀକ୍ଷା : ପ୍ରାର୍ଥୀଙ୍କୁ ୧୦୦ ମାର୍କର ପରୀକ୍ଷା ଦେବାକୁ ହେବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ମାର୍କ ରହିବ । ୨ ଘଣ୍ଟା ପାଇଁ ପରୀକ୍ଷା ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ଚେକ୍ କରନ୍ତୁ :
କେମିତି କରିବେ ଆବେଦନ :
ପ୍ରଥମେ ଅଫିସିଆଲ ୱେବସାଇଟ୍ ଚେକ୍ କରନ୍ତୁ
ତା’ ପରେ ଓଡିଶା ଫାୟାରମ୍ୟାନ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍ କରନ୍ତୁ
ଏହାପରେ ରେଜିଷ୍ଟର କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ଏହାପରେ ଡକ୍ୟୁମେଣ୍ଟ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ସବୁକିଛି ସବମିଟ୍ କରିବା ପରେ ଫର୍ମର ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ।