ପ୍ରଥମ ପର୍ଯ୍ୟାୟର ଟିକା ରାଜ୍ୟର ୩ ଲକ୍ଷ ୨୦ ହଜାର କରୋନା ଫ୍ରଣ୍ଟ ଲାଇନ୍‌ ଓ୍ଵାର୍କର୍ସଙ୍କ ପାଇଁ,୩୦ ହଜାର ସ୍ଥାନରେ ଚାଲିବ ଟିକାକରଣ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାର ଟିକା ପ୍ଲାନ ଚୁଡ଼ାନ୍ତ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩ ଲକ୍ଷ ୨୦ ହଜାର କରୋନା ଫ୍ରଣ୍ଟ ଲାଇନ୍‌ ଓ୍ଵାର୍କର୍ସଙ୍କୁ ଟିକା ଦିଆଯିବ । ରାଜ୍ୟରେ ୩୦ ହଜାର ସ୍ଥାନରେ ଟିକାକରଣ ଚାଲିବ । ଏଥିରେ ନିୟୋଜିତ ହେବେ ୮ ହଜାର ୩ଶହ କର୍ମଚାରୀ । ଆଜି ରାଜ୍ୟରେ ଟିକାକରଣ ନେଇ କ୍ୟାବିନେଟ ସଚିବକଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶା ମୁଖ୍ୟ ସଚିବ ଅସିତ ତ୍ରିପାଠୀ । ଟିକାକରଣ ନେଇ ରାଜ୍ୟ ସରକାର ଷ୍ଟିୟରିଂ କମିଟି ଗଠନ କରିଛନ୍ତି ।

ସେହିପରି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ । ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଓ ବ୍ଲକସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଟାକ୍ସ ଫୋର୍ସ । ସେହିପରି ଟିକା ପାଇଁ ଆବଶ୍ୟକ କୋଲ୍‌ଡ ଚେନ୍‌, ଟିକାକୁ ସୁରକ୍ଷିତ ରଖିବା ଏବଂ ଟିକା ନେବା ପାଇଁ ବ୍ୟବସ୍ଥାର ସମୀକ୍ଷା ସରିଛି। ଏହାସହ ଟିକା ରଖିବା ପାଇଁ ୱାକ୍‌ ଇନ୍‌ କୁଲରସ, ୱାକ୍‌ ଇନ୍‌ ଫ୍ରିଜରସ, ଆଇସ୍‌ ଲାଇନ୍‌ଡ ରେଫ୍ରିଜେରେଟର, ଡିପ୍‌ ଫ୍ରିଜର ପାଇଁ କାମ ସରିଛି। ଇନ୍‌ସୁଲେଟେଡ୍‌ ଭ୍ୟାକସିନ ଭ୍ୟାନ ଆଣିବାକୁ ପଦକ୍ଷେପ ନିଆଯାଉଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।