ଏଠାରେ ରହିଛି ଓଡ଼ିଶାର ଏକ ମାତ୍ର ସରସ୍ୱତୀ ମନ୍ଦିର, ଶ୍ରୀପଞ୍ଚମୀ ଦିନ ଆସନ୍ତି ହଜାର ହଜାର ଭକ୍ତ
ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାର ମଧ୍ୟସ୍ଥଳୀରେ ଏହି ସରସ୍ୱତୀ ମନ୍ଦିର ଅବସ୍ଥିତ । ସବୁଦିନ ଏ ମନ୍ଦିରରେ ମନ୍ତ୍ର ପୂଜାପାଠ ଘଣ୍ଟ ଧ୍ୱନି ସମସ୍ତଙ୍କୁ ବିମୋହିତ କରିଥାଏ । ମା’ଙ୍କ କରୁଣା ଅପାର କାରଣ ଏଠାରେ ମନସ୍କାମନା କଲେ ସବୁ ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।

ଓଡ଼ିଶାରେ ଅନେକ ମନ୍ଦିର ଅଛି । ପ୍ରତ୍ୟେକ ମନ୍ଦିରର ମାହାତ୍ମ୍ୟ ଭିନ୍ନ । କିନ୍ତୁ ଆପଣ କୌଣସି ସ୍ଥାନରେ ହୁଏତ ସରସ୍ୱତୀ ମନ୍ଦିର ଦେଖିନଥିବେ । ସରସ୍ୱତୀ ପୂଜା ଆସିଲେ ହିଁ ମା’ଙ୍କ ପୂଜା କରାଯାଉଥିବା ଆପଣମାନେ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ବହୁ ପୁରାତନ ସରସ୍ଵତୀ ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ । ଯାହା ଓଡ଼ିଶାରେ ହିଁ ରହିଛି । ଏହା ବାଣୀପୀଠ ଭାବେ ବେଶ ପରିଚିତ । ତେବେ ଏହା ହେଉଛି ଓଡ଼ିଶାରେ ଥିବା ଏକ ମାତ୍ର ସରସ୍ୱତୀ ମନ୍ଦିର। ବର୍ଷ ସାରା ଏହି ମନ୍ଦିରରେ ପୂଜା ପାଆନ୍ତି ମା’ ସରସ୍ୱତୀ । କିନ୍ତୁ ସରସ୍ୱତୀ ପୂଜା ଦିନ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ତେବେ ଆସନ୍ତା କାଲି ମା’ଙ୍କ ପୂଜା । ଏନେଇ ଚଳଚଞ୍ଚଳ ହୋଇଉଠିଛି ଗାଁରୁ ସହର ।
ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାର ମଧ୍ୟସ୍ଥଳୀରେ ଏହି ସରସ୍ୱତୀ ମନ୍ଦିର ଅବସ୍ଥିତ । ସବୁଦିନ ଏ ମନ୍ଦିରରେ ମନ୍ତ୍ର ପୂଜାପାଠ ଘଣ୍ଟ ଧ୍ୱନି ସମସ୍ତଙ୍କୁ ବିମୋହିତ କରିଥାଏ । ମା’ଙ୍କ କରୁଣା ଅପାର କାରଣ ଏଠାରେ ମନସ୍କାମନା କଲେ ସବୁ ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । କେବଳ ଏ ଅଞ୍ଚଳ ନୁହେଁ ମୟୂରଭଞ୍ଜ ଓ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଏହି ମନ୍ଦିରରେ ମା’ଙ୍କ ଦର୍ଶନ ପାଇଁ ଭିଡ ଲାଗି ରହେ ।
ବହୁ ପୁରାତନ ଏ ମନ୍ଦିର। ଲୋକକଥା ଅନୁଯାୟୀ ପ୍ରଥମେ ଏକ ଅସ୍ଥାୟୀ ଚାଳ ଘରେ ମାଆ ପୂଜା ପାଉଥିଲେ । ପର୍ଯ୍ୟାୟ କ୍ରମେ ଏକ ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ସେଠାରେ ମାଆ ପୂଜା ପାଇ ଆସୁଛନ୍ତି । ଦିନ ହେଉ କି ରାତି ହେଉ ଏଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ । ଶ୍ରଦ୍ଧାଳୁ ମାନେ ଯିଏ ଯେଉଁ ମାନସିକ ନେଇ ଆସିଥାଏ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ପ୍ରତ୍ୟେକ ଦିନ ଏହି ବାଣୀପୀଠରେ ମା’ ପୂଜା ପାଉଥିବା ବେଳେ ଶ୍ରୀପଞ୍ଚମୀ ଦିନ ମନ୍ଦିରରେ ଯଥାରୀତି ଅନୁଯାୟୀ ବଡ଼ ପୂଜା ଅନୁଷ୍ଠିତ ହୋଇଥାଏ । ଶ୍ରୀପଞ୍ଚମୀ ଦିନ ସକାଳେ ମଙ୍ଗଳ ଆଳତି, ଘଟ ପୂଜା ସହ ସନ୍ଧ୍ୟାରେ ଆଳତି ଅନୁଷ୍ଠିତ ହୋଇଥାଏ। ବିଶେଷ କରି ଶ୍ରୀପଞ୍ଚମୀ ଦିନ ଏଠାରେ ଛୋଟ ଛୋଟ ପିଲା ମାନଙ୍କର ଖଡ଼ି ଛୁଆଁ କରି ବିଦ୍ୟା ଆରମ୍ଭ କରାଯାଇଥାଏ। ଏପରି କି ସରସ୍ୱତୀ ଙ୍କ ନାମରେ ପୂଜା ଠାରୁ ୧୫ ଦିନ ଧରି ଏକ ସରସ୍ଵତୀ ମେଳା ଅନୁଷ୍ଠିତ ହୋଇଥାଏ । କେବଳ ଏ ଅଞ୍ଚଳ ନୁହେଁ ମୟୂରଭଞ୍ଜ ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ମେଳା କୁ ଉପଭୋଗ କରିବାକୁ ଆସିଥାନ୍ତି ।