ବ୍ୟାଙ୍କ ଅଫ୍ ବରୋଦାରେ ୧୪୬ଟି ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

ଯଦି ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ ଅଫ୍ ବରୋଦା ବିଭିନ୍ନ ପଦବୀ ଭର୍ତ୍ତି ପାଇଁ ଆବେଦନ ତାରିଖକୁ ବୃଦ୍ଧି କରିଛି । ଯୋଗ୍ୟ ପ୍ରାର୍ଥୀ ୨୫ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ । ନିଯୁକ୍ତି ପାଇଁ ୧୪୬ଟି ପଦବୀ ଖାଲି ପଡିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୧୪୬
ସିନିୟର ରିଲେସନସିପ୍ ମ୍ୟାନେଜର -୧୦୧
ଟେରିଟରୀ ହେଡ୍ – ୧୭
ୱେଲଥ୍ ଷ୍ଟେଟଜିଷ୍ଟ -୧୮
ପ୍ରାଇଭେଟ ବ୍ୟାଙ୍କର -୩
ଗ୍ରୁପ୍ ହେଡ୍ -୪
ଡିପ୍ଟୀ ଡିଫେନ୍ସ ବ୍ୟାଙ୍କିଂ ଆଡଭାଇଜର -୧
ପ୍ରୋଡେକ୍ଟ ହେଡ୍ -୧
ପୋର୍ଟଫୋଲିଓ ରିସର୍ଚ୍ଚ ଆନାଲିଷ୍ଟ -୧
ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୫ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଆବେଦନ ଶୁଳ୍କ : ଜେନେରାଲ, ଓବିସି, EWS ପ୍ରାର୍ଥୀଙ୍କ ପାଇଁ ୬୦୦ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି । ଏସସି, ଏସଟି, PWD ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ୧୦୦ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ହୋମପେଜର ‘‘କ୍ୟାରିୟରସ୍’’ ଟ୍ୟାବକୁ ଯାଇ କ୍ଲିକ୍ କରନ୍ତୁ ।
ପରେ ‘‘କରେଣ୍ଟ ଅପରଚୁନିଟି’’ ରେ କ୍ଲିକ୍ କରନ୍ତୁ ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଇ ଫର୍ମ ପୂରଣ କରନ୍ତୁ ।
ଅନଲାଇନ ମାଧ୍ୟମରେ ଧାର୍ଯ୍ୟ ହୋଇଥିବା ଆବେଦନ ଶୁଳ୍କ ଦିଅନ୍ତୁ ।
ଶେଷରେ ସମିଟ କରିଥିବା ଫର୍ମର ପ୍ରିଣ୍ଟଆଉଟ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।
Also Read : ଏୟାର ଟ୍ରାଫିକ କଣ୍ଟ୍ରୋଲ ନିଯୁକ୍ତି ପାଇଁ ୩୦୯ ପଦବୀ ଖାଲି ପଡିଛି , ଜାଣନ୍ତୁ କିପରି କରିବେ ଆବେଦନ