ଚାଇନା ବଜାରରେ ମାର୍ଚ୍ଚ ୭ରୁ OnePlus Ace2V, ଖୁବଶୀଘ୍ର ଭାରତରେ
OnePlus Ace2Vର ଲଞ୍ଚ କରିବାକୁ ଯାଉଛି । ମାର୍ଚ୍ଚ ୭ରେ ଏହା ଚାଇନାରେ ଲଞ୍ଚ ହେବାକୁ ଥିବା ବେଳେ ଖୁବଶୀଘ୍ର ଗ୍ଲୋବାଲି ଲଞ୍ଚ ହେବ । 6.74 ଇଞ୍ଚ ସ୍କ୍ରିନ ଓ 120 ରିଫ୍ରେସ ରେଟ ସହ ଏହା ଲଞ୍ଚ କରିବ । ଏଥିରେ ଆପଣଙ୍କୁ 12GB LPDDR5X RAM ସହ 256GB ଷ୍ଟୋରେଜ ମିଳିବ । ଏହା ବଦଳରେ 512 ଜିବି UFS 3.1 ଷ୍ଟୋରେଜ ମିଳିବ । ଏହି ମଡେଲରେ ଆପଣଙ୍କୁ ColorOS 13 ସହ ଆଣ୍ଡ୍ରଏଡ 13 ଅପରେଟିଂ ସିଷ୍ଟମ ମିଳିବ ।

କେନ୍ୟୁଜ୍(ବ୍ୟୁରୋ): Ace2ର ସଫଳତା ପରେ OnePlus Ace2Vର ଲଞ୍ଚ କରିବାକୁ ଯାଉଛି । OnePlusର ଏହା ଏକ ବଜେଟ ସ୍ମାର୍ଟଫୋନ ମଡେଲ । ମାର୍ଚ୍ଚ ୭ରେ ଏହା ଚାଇନାରେ ଲଞ୍ଚ ହେବାକୁ ଥିବା ବେଳେ ଖୁବଶୀଘ୍ର ଗ୍ଲୋବାଲି ଲଞ୍ଚ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଆସୁନ୍ତୁ ଜାଣିବା ଏହାର କଣ ସବୁ ଫିଚର ରହିଛି ।
6.74 ଇଞ୍ଚ ସ୍କ୍ରିନ ଓ 120 ରିଫ୍ରେସ ରେଟ ସହ ଏହା ଲଞ୍ଚ କରିବ । ଏଥିରେ AMOLED ଡିସପ୍ଲେ ରହିଛି । ଏହାସହ 2160HZ ହାଇ ଫ୍ରିକ୍ୟୁଏନ୍ସି PWM ଡିମିଂ ଟେକ୍ନୋଲୋଜି ଏଥିରେ ବ୍ୟବହାର ହୋଇଛି । ପ୍ରୋସେସର କଥା ଦେଖିଲେ 3.05 GHz Octa Core Dimensity 9000 4nm processor ଏଥିରେ ରହିଛି । ଏହାସହ Mali G710 10-core GPU ଏଥିରେ ରହିଛି ।
ଏବେ ଆସିବା RAM ଓ ଷ୍ଟୋରେଜ ପାଖକୁ । ଏଥିରେ ଆପଣଙ୍କୁ 12GB LPDDR5X RAM ସହ 256GB ଷ୍ଟୋରେଜ ମିଳିବ । ଏହା ବଦଳରେ 512 ଜିବି UFS 3.1 ଷ୍ଟୋରେଜ ମିଳିବ । ଏହି ମଡେଲରେ ଆପଣଙ୍କୁ ColorOS 13 ସହ ଆଣ୍ଡ୍ରଏଡ 13 ଅପରେଟିଂ ସିଷ୍ଟମ ମିଳିବ । ଏହାସହ ଏଥିରେ ଦୁଇଟି ନାନୋ ସିମ ପୋର୍ଟ ରହିଛି । ଅର୍ଥାତ ଆପଣ ଏଥିରେ ଦୁଇଟି ସିମକୁ ବ୍ୟବହାର କରି ପାରିବେ ।
ଏବେ ଏହାର କ୍ୟାମେରା ଫିଚର ଉପରେ ନଜର ପକାଇବା । ଏହି ଫୋନରେ ଆପଣଙ୍କୁ 64 ମେଗାପିକ୍ସେଲ ରିଅର କ୍ୟାମେରା ସହ OmniVision OV64M sensor ମିଳିବ । ଏହାସହ ଏଥିରେ OIS ସପୋର୍ଟ ମିଳିବ । ସେହିପରି Sony IMX355 sensor ସହ 120 ଡିଗ୍ରୀ ଅଲଟ୍ରା ଓ୍ଵାଇଡ କ୍ୟାମେରା ମିଳିବ । ଏହାସହ GalaxyCore GC02M sensor ସହ 2 ମେଗା ପିକ୍ସେଲର ମାକ୍ରୋ କ୍ୟାମେରା ମିଳିବ । ଏହାସହ ଏଥିରେ ଆପଣଙ୍କୁ ଏଲଇଡି ଫ୍ଲାସ ମିଳିବ । ସେହିପରି 16 ମେଗାପିକ୍ସେଲ ଫ୍ରଣ୍ଟ ଫେସିଙ୍ଗ କ୍ୟାମେରା ରହିଛି ।
ଏହାର ଡିସପ୍ଲେରେ ଆପଣଙ୍କୁ In-display fingerprint sensor ମିଳିବ । ଏହାସହ USB Type-C audio, Stereo speakers ଓ Dolby Atmos ର ଫିଚର ରହିଛି । ଏହାସହ ଏଥିରେ ବ୍ଲତୁଥ୍ 5.3ର ସପୋର୍ଟ ରହିଛି । ଏଥିରେ ଆପଣଙ୍କୁ 80 ଓ୍ଵାଟ ଚାର୍ଜିଂ ସପୋର୍ଟ ସହ 5000mAh ବ୍ୟଟେରି ସପୋର୍ଟ ମିଳିବ ।