ସ୍ଵାଧୀନତା ଦିବସ ଅବସରରେ ପାକିସ୍ତାନୀ କଳାକାର ଭାରତର ଲୋକଙ୍କୁ ଦେଲେ ଏପରି ଉପହାର, ଏହି ଭିଡିଓ ଦେଖି ପ୍ରତ୍ୟେକ ଭାରତୀୟ କରିଥିଲେ ପ୍ରଶଂସା

ଦେଶ ପାଳନ କରିଛି ଏହାର ୭୬ ତମ ସ୍ବାଧିନତା ଦିବସ। ଏହି ଦିନ ପ୍ରତିଟି ଭାରତୀୟଙ୍କ ପାଇଁ ଗୁରୁତ୍ୱପର୍ଣ୍ଣ । ତେବେ ଏହି ଦିନରେ ଜଣେ ପାକିସ୍ତାନୀ ରବାବ କଳାକାର ସିଆଲ ଖାନ ଭାରତକୁ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ ଏପରି ଭେଟି ଦେଇଛନ୍ତି ଯାହା ପାଇଁ ଭାରତୀୟ ଖୁବ୍ ଖୁସି ହୋଇଛନ୍ତି। ସିଆଲ୍ ଖାନ୍ ପର୍ବତ ଉପରେ ବସି ତାଙ୍କ ରବାବରେ ଭାରତୀୟ ଜାତୀୟ ସଂଗୀତ ‘ଜନ ଗଣ ମନ’ ସଙ୍ଗୀତ ବଜାଇଥିଲେ। ଯେହେତୁ ଭାରତ ସ୍ଵାଧୀନ ହେବାର ୭୫ ବର୍ଷ ପୂର୍ଣ୍ଣ ହୋଇଛି, ଏହି ଅବସରରେ ଭାରତକୁ ଏକ ସୁନ୍ଦର ଉପହାର ଦେଇଛନ୍ତି ସିଆଲ୍ ଖାନ୍।

ସେ ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହାକି ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓ ସେୟାର କରି ସିଆଲ ଖାନ ତାଙ୍କ ଟ୍ୱିଟରର କ୍ୟାପସନରେ ଲେଖିଛନ୍ତି, ‘ଏହା ସୀମା ପାର୍ଶ୍ୱରେ ଥିବା ଦର୍ଶକମାନଙ୍କୁ ଏକ ଉପହାର।’ ସିଆଲ୍ ଖାନଙ୍କ ଚମତ୍କାର ସ୍ୱର ଶୁଣିବା ପରେ ଉଭୟ ଦେଶର ଲୋକମାନେ ବହୁତ ପ୍ରଶଂସା କରିଥିଲେ। ଜଣେ ଭାରତୀୟ ୟୁଜର କହିଛନ୍ତି ଯେ ସିଆଲଙ୍କର ଭାରତ ପାଇଁ ପ୍ରେମ ଦର୍ଶାଉଛି ଏହି ଭିଡ଼ିଓରୁ। କାରଣ ସେ ଭାରତର ଜାତୀୟ ସଙ୍ଗୀତକୁ ନିଜ ସଙ୍ଗୀତ ଯନ୍ତ୍ରରେ ସୁର ଦେଇଥିଲେ।


ସମୁଦାୟ ୧ ମିନିଟ୍ ୨୨ ସେକେଣ୍ଡରେ, ସିଆଲ୍ ତାଙ୍କ ରବାବରେ ଜାତୀୟ ସଂଗୀତ ‘ଜନ-ଗଣ-ମନା’ ସୁର ବଜାଇଥିଲେ। ଜାତୀୟ ସଂଗୀତର ସ୍ୱର ଏତେ ଭଲ ଥିଲା ଯେ ଲୋକମାନେ ତାଙ୍କୁ ପ୍ରଶଂସା ନ କରି ରହିପାରି ନଥିଲେ। ଏହି ଭିଡିଓରେ ୬ ଲକ୍ଷ ୪୬ ହଜାରରୁ ଅଧିକ ଭ୍ୟୁ ଅଛି ଏବଂ ପ୍ରାୟ ୪୦ ହଜାର ଲାଇକ୍ କରିଛନ୍ତି। ଏହାପୂର୍ବରୁ ବଲିଉଡ ଗୀତଗୁଡ଼ିକ ମଧ୍ୟ ସେ ପ୍ଲେ କରିଛନ୍ତି। ଏହାପୂର୍ବରୁ ସିଆଲ୍ ଖାନ୍ ‘ଫନା’ ଗୀତର ଏକ ଚମତ୍କାର ଉପସ୍ଥାପନା କରିଥିଲେ। ପ୍ରତିଭାଶାଳୀ କଳାକାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ବହୁ ପ୍ରିୟ ଗୀତ ‘ପାସୁରୀ’ ବଜାଉଥିବା ଦେଖିବାକୁ ମିଳିଛି। କୋକ୍ ଷ୍ଟୁଡିଓ ପାକିସ୍ଥାନର ଏହି ମେଗା-ହିଟ୍ ଗୀତ ସମସ୍ତଙ୍କୁ ଆକର୍ଷିତ କରିଛି ଏବଂ ଏହା ଇଣ୍ଟରନେଟରେ ଅଧିକ ମାତ୍ରାରେ ଦେଖା ଯାଉଛି।