PGCIL ରେ ଖାଲିପଡିଛି ୧୦୪୫ ପଦବୀ, ଇଂଜିନିୟରିଂ କିମ୍ବା ଏଲଏଲବି କରିଥିଲେ କରନ୍ତୁ ଆବେଦନ
ପାଓ୍ଵାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡରେ ଖାଲିପଡିଛି ୧୦୪୫ ଅପାରଣ୍ଟିସ ପଦବୀ । ଇଂଜିନିୟରିଂ, ଗଣ ଯୋଗାଯୋଗ କିମ୍ବା ଏଲଏଲବି ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୩୦ ଜୁଲାଇ ।

ଆପଣ ଇଂଜିନିୟରିଂ ଡିଗ୍ରୀ କିମ୍ବା ଏଲଏଲବି କରିଥିଲେ ଆପଣଙ୍କ ପାଇଁ ଖୁସି ଖବର । ପାଓ୍ଵାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡରେ ଖାଲିପଡିଛି ଅପାରଣ୍ଟିସ ପଦବୀ । ଇଚ୍ଛୁକ ପ୍ରାର୍ଥୀ PGCIL ର ଅଫିସିଆଲ ୱେବସାଇଟ୍ powergrid.in କୁ ଯାଇ ଆବେଦନ କରିପାରିବେ । ନୋଟିଫିକେସନରେ ଏପର୍ଯ୍ୟନ୍ତ ପରୀକ୍ଷା ତାରିଖ ଘୋଷଣା କରାଯାଇନାହିଁ ।
ପଦବୀ ବିବରଣୀ : ୧୦୪୫
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ନୋଟିଫିକେସନ ଅନୁଯାୟୀ ଖାଲିପଡିଥିବା ପଦବୀରେ ଭିନ୍ନ ଭିନ୍ନ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । ଡିପ୍ଲୋମା ସିଭିଲ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ସିଭିଲ ଇଂଜିନିୟରିଂ ଡିଗ୍ରୀ କରିଥିବା ଜରୁରୀ । ପିଆର ଆସିଷ୍ଟାଣ୍ଟ ପଦ ପାଇଁ ମାସ୍ କମ୍ୟୁନିକେସନରେ ଗ୍ରାଜୁଏସନ କରିଥିବା ଜରୁରୀ ।
ଏହାଛଡା ଏଲଏଲବି କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଜରୁରୀ ।
କେମିତି କରିବେ ଆବେଦନ :
ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍ powergrid.in କୁ ଯାଇ ଆବେଦନ କରନ୍ତୁ ।
ୱେବସାଇଟ୍ର ହୋମ ପେଜରେ ଲାଟେଷ୍ଟ ନ୍ୟୁଜ ଲିଙ୍କରେ କ୍ଲିକ୍ କରନ୍ତୁ।
ତା’ ପରେ PGCIL Apprentices 2023 Apply Online for 1045 Post ଲିଙ୍କରେ କ୍ଲିକ କରନ୍ତୁ ।
ସବିଶେଷ ବିବରଣୀ ଦେବା ଆଗରୁ ରେଜିଷ୍ଟ୍ରେସନ କରିଦିଅନ୍ତୁ ।
ରେଜିଷ୍ଟ୍ରେସନ କରିବା ପରେ ଆପ୍ଲିକେସନ ଫର୍ମ ଭରନ୍ତୁ ।
ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରନ୍ତୁ :
https://careers.powergrid.in/CCApprenticeShip/w/home.aspx