ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ ମନା, କେବଳ ମାଟି ଓ ପିତଳ କଳସ ନେଇ ଜଳ ଲାଗି କରିବାକୁ ଅନୁମତି

ଆଠଗଡ଼: କଟକ ଆଠଗଡ଼ର ବାବା ଧବଳେଶ୍ଵରଙ୍କ ପୀଠକୁ ପ୍ଲାଷ୍ଟିକ ବ୍ୟାନ୍ । ଚଳିତ ବର୍ଷ ଶ୍ରାବଣ ମାସରେ ବାବା ଧବଳେଶ୍ଵରଙ୍କ ପୀଠକୁ ପ୍ଲାଷ୍ଟିକ କଳସକୁ ନିଷେଧ କରାଯାଇଛି । ଯଦି କୌଣସି କାଉଡ଼ିଆ ପ୍ଲାଷ୍ଟିକ କଳସରେ ଜଳ ନେଇ ଆସିବେ ତେବେ ବାବା ଧବଳେଶ୍ଵରଙ୍କ ପୀଠରେ ଜଳଲାଗି କରି ପାରିବେ ନାହିଁ ବୋଲି ମନ୍ଦିର ପ୍ରସାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କେବଳ ମାଟି ଓ ପିତଳ କଳସ ନେଇ ଜଳ ଲାଗି କରିବାକୁ ଅନୁମତି ମିଳିଛି।

ଚଳିତ ବର୍ଷ ଶ୍ରାବଣ ମାସରେ ପାଞ୍ଚ ପାଳି ଭକ୍ତ ଠାକୁରଙ୍କ ପାଖରେ ଜଳଲାଗି କରିପାରିବେ ବୋଲି ପୂଜକ ସମାଜ ପକ୍ଷରୁ କୁହାଯାଇଛି । ପାଇକେରା ପୁରରୁ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ପୋଲ ଆରମ୍ଭରୁ ଭକ୍ତ କାଉଡିଆ ଭାର ରଖି କେବଳ କାନ୍ଧରେ କଳସ ନେଇ ମନ୍ଦିରକୁ ଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରିମଳ, ସ୍ବାସ୍ଥ୍ୟ ଓ ସ୍ୱଚ୍ଛତା ଉପରେ ଗୁରୁତ୍ବ ଦିଆ ଯାଇଥିବା ବେଳେ ବ୍ୟାରେକ୍ ମାଧ୍ଯମରେ ଭକ୍ତ ମାନେ ଦର୍ଶନ ବନ୍ଦୋବସ୍ତ କରାଯିବ ବୋଲି କୁହାଯାଇଛି । ସୁରକ୍ଷା ଦୃଷ୍ଟିର ପୋଲିସ୍ ପ୍ରଶାସନ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ସୁରକ୍ଷିତ ଦର୍ଶନ ନିମନ୍ତେ ସମନ୍ଵୟ ନିଷ୍ପତ୍ତି ଗ୍ରହଣ କରାଯାଇଛି ।