ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ୧୦୨୫ ପଦବୀ, ତୁରନ୍ତ କରନ୍ତୁ ଆବେଦନ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚାକିରି । ଇଚ୍ଛୁକ ପ୍ରାର୍ଥୀ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ ୭ ଫେବୃଆରୀରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୫ ଫେବୃଆରୀ ୨୦୨୪ ରହିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ ୭ ଫେବୃଆରୀରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୫ ଫେବୃଆରୀ ୨୦୨୪ ରହିଛି ।
ଏହି ପଦବୀରେ ଆବେଦନ କେବଳ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଆପଣ ପିଏନବିର ଅଫିସିଆଲ ୱେବସାଇଟ pnbindia.inକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୦୨୫
ଅଫିସର କ୍ରେଡିଟ୍ : ୧୦୦୦
ମ୍ୟାନେଜର: ୧୫
ସାଇବର ସିକ୍ୟୁରିଟି ମ୍ୟାନେଜର : ୫
ସିନିଅର ମ୍ୟାନେଜର ସାଇବର ସିକ୍ୟୁରିଟି : ୫
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୫ ଫେବୃଆରୀ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାର ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଅଲଗା ଅଲଗା ରହିଛି ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବର୍ଷ ହୋଇଥିବା ଜରୁରୀ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ । ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସମ୍ଭବତଃ ପରୀକ୍ଷା ମାର୍ଚ୍ଚ/ଏପ୍ରିଲରେ ଆୟୋଜିତ ହେବ ।
ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୧୮୦ ଆବେଦନ ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀ ୫୯ ଟଙ୍କା ସହିତ ଜିଏସଟି ଦେବାକୁ ହେବ ।
ଦରମା : ଚୟନ ହେବା ପରେ ଦରମା ଭିନ୍ନ ଭିନ୍ନ ରହିଛି । ତେବେ ଚୟନିତ ପ୍ରାର୍ଥୀଙ୍କୁ ମାସିକ ୩୬ ହଜାରରୁ ଆରମ୍ଭ କରି ୭୮ ହଜାର ପର୍ଯ୍ୟନ୍ତ ମାସକୁ ଦରମା ମିଳିବ ।