PNB ରେ SO ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦରେ ବମ୍ପର ଭର୍ତ୍ତି । ଗ୍ରାଜୁଏସନ କରିଥିଲେ ଏସଓ ପଦବୀ ପାଇଁ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୧ ଜୁନ୍ ରହିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦରେ ବମ୍ପର ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ ଆବେଦନ କରିବାର ଯୋଗ୍ୟତା ଥିଲେ, ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବା ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଫିସିଆଲ ୱେବସାଇଟ pnbindia.in କୁ ଯାଇ ଆବେଦନ କରିପାରିବେ । ଅନଲାଇନ ବ୍ୟତୀତ ଅନ୍ୟ କୌଣସି ମାଧ୍ୟମରେ ଆବେଦନ ସ୍ୱୀକାର କରାଯିବ ନାହିଁ ।
ଜରୁରୀ ତାରିଖ : ସ୍ପେଶାଲିଷ୍ଟ ଅଫିସର ପଦବୀରେ ଆବେଦନ କରିବାର ତାରିଖ ୨୪ ମଇ, ୨୦୨୩ ରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୧୧ ଜୁନ୍ ୨୦୨୩ ରହିଛି । ତେଣୁ ବିଳମ୍ବ ନ କରି ତୁରନ୍ତ କରନ୍ତୁ ଆବେଦନ ।
ଅନଲାଇନ ପରୀକ୍ଷା ତାରିଖ ଜୁନ୍ ୨, ୨୦୨୩ ରହିଛି।
ପଦବୀ ବିବରଣୀ : ୨୪୦
ଅଫିସର(କ୍ରେଡିଟ): ୨୦୦
ଅଫିସର (ଇଣ୍ଡଷ୍ଟ୍ରୀ) : ୮
ଅଫିସର(ସିଭିଲ ଇଂଜିନିୟର): ୫
ଅଫିସର (ଇଲେକ୍ଟ୍ରିକାଲ ଇଂଜିନିୟର) : ୪
ଅଫିସର (ଇକୋନୋମିକ୍ସ) :୬
ଅଫିସର (ଆର୍କିଟେକ୍ଚର) : ୧
ମ୍ୟାନେଜର (ଇକୋନୋମିକ୍ସ): ୪
ମ୍ୟାନେଜର (ଡାଟା ସାଇଣ୍ଟିଟ) : ୩
ସିନିଅର ମ୍ୟାନେଜର(ଡାଟା ସାଇଣ୍ଟିଷ୍ଟ): ୨
ମ୍ୟାନେଜର(ସାଇବର ସିକ୍ୟୁରିଟି): ୪
ସିନିଅର ମ୍ୟାନେଜର(ସାଇବର ସିକ୍ୟୁରିଟି) : ୩
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ କଲେଜରୁ ଗ୍ରାଜୁଏସନ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ହେବା ଜରୁରୀ ।
ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ବିଷୟରେ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ ।
ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ ।
୧୦୦ ମାର୍କର ପରୀକ୍ଷା ଏବଂ ୫୦ ମାର୍କର ଇଣ୍ଟରଭ୍ୟୁ ଦେବାକୁ ପଡିବ ।
ଆବେଦନ ଶୁଳ୍କ : ଅନୁସୂଚିତ ଜାତି/ଜନଜାତି/PWD ୫୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୧୦୦୦ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://www.pnbindia.in/downloadprocess.aspx?fid=uFyK+ivvTvEdfSkpGeffiw==