ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ

ପୁରୀ (କେନ୍ୟୁଜ୍) : ଆଉ ମାତ୍ର ଅଳ୍ପ ଦିନ ରହିଲା ରଥଯାତ୍ରା। ଏହି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଚାଲିଛି ପ୍ରସ୍ତୁତି। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସୁରକ୍ଷା ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ୧୦ରୁ ଅଧିକ ବରିଷ୍ଠ IPS ଅଧିକାରୀଙ୍କ ସହ ଏକ ହଜାରରୁ ଅଧିକ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି। ଟ୍ରାଫିକ ସୁରକ୍ଷା, ପାର୍କିଂ, କର୍ଡନ ବ୍ୟବସ୍ଥା ଓ ଭିଆଇପିଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ପୁରୀ ଟାଉନ ହଲରେ ବୈଠକ ବସିଛି। ରଥଯାତ୍ରା ସମୟରେ ଯେପରି କୌଣସି ବିଶ୍ରୁଙ୍ଖଳା ନ ହୁଏ ସେଥିପ୍ରତି ଦ୍ରୁଷ୍ଟି ରଖାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ।