ପୋଲିସ ବିଭାଗରେ ୧୭ ହଜାରରୁ ଅଧିକ ପଦବୀ ଖାଲି, ମିଳିବ ବଢିଆ ଦରମା
ମହାରାଷ୍ଟ୍ର ରାଜ୍ୟ ପୋଲିସ ବିଭାଗରେ ହଜାର ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଅଫିସିଆଲ ୱେବସାଇଟ mahapolice.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ପ୍ରକ୍ରିୟା ଚାଲୁ ରହିଛି । ଇଚ୍ଛୁକ ପ୍ରାର୍ଥୀ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପୋଲିସ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ମହାରାଷ୍ଟ୍ର ରାଜ୍ୟ ପୋଲିସ ବିଭାଗରେ ହଜାର ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଅଫିସିଆଲ ୱେବସାଇଟ mahapolice.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ପ୍ରକ୍ରିୟା ଚାଲୁ ରହିଛି । ଇଚ୍ଛୁକ ପ୍ରାର୍ଥୀ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୭,୪୭୧
ପୋଲିସ କନେଷ୍ଟବଳ : ୯୫୯୫
ପୋଲିସ କନେଷ୍ଟବଳ ଡ୍ରାଇଭର : ୧୬୮୬
ଜେଲ କନେଷ୍ଟବଳ : ୧୮୦୦
ସଶସ୍ତ୍ର ପୋଲିସ କନେଷ୍ଟବଳ : ୪୩୪୯
ପୋଲିସ କନେଷ୍ଟବଳ ବ୍ରାଡସମ୍ୟାନ : ୪୧
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ମହାରାଷ୍ଟ୍ର ମାଧ୍ୟମିକ ଏବଂ ଉଚ୍ଚତର ମାଧ୍ୟମିକ ବୋର୍ଡ ତରଫରୁ ଆୟୋଜିତ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ବୋର୍ଡ କିମ୍ବା ଯୁକ୍ତ ୨ ପରୀକ୍ଷା ପାସ୍ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ୧୮ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମରେ ଛାଡ ମିଳିବ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଶାରୀରିକ ପରୀକ୍ଷା, ଲିଖିତ ପରୀକ୍ଷା, କୌଶଳ ପରୀକ୍ଷା ଆଧାରରେ ହେବ ।
ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ୪୫୦ ଟଙ୍କା ଦେବାକୁ ହେବ । ସେହିପରି ସଂରକ୍ଷିତ ପ୍ରାର୍ଥୀ ୩୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।
ଦରମା : କନେଷ୍ଟବଳ ପଦବୀ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ମାସିକ ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।