ଦେଶର ପ୍ରଥମ ମହିଳାଙ୍କୁ ଦୁର୍ବ୍ୟବହାର: ସେବାୟତଙ୍କ ବିରୋଧରେ ଅଭିଯୋଗ

president wifeପୁରୀ: ପୁରୀ ଶ୍ରୀମନ୍ଦିରର ସେବାୟତଙ୍କ ବିରୋଧରେ ଅଭିଯୋଗ। ଦେଶର ପ୍ରଥମ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ହେବ କାର୍ୟ୍ୟାନୁଷ୍ଠାନ। ଦୁଇ ଜଣ ସେବାୟତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା। ଗତ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ପୁରୀ ଗସ୍ତରେ ଆସିଥିବା ବେଳେ ଏପରି ଅଭିଯୋଗ ଆସିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କ ଦେହରେ ଦୁଇ ଜଣ ସେବାୟତ ଘସି ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ରାଷ୍ଟ୍ରପତି ଭବନରୁ ଚିଠି ଆସିଥିଲା। ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ ପରେ ସେବାୟତଙ୍କୁ କୌଣସି ଦକ୍ଷିଣା ଦେଇନଥିବା ମଧ୍ୟ ସେବାୟତମାନେ ଗଣମାଧ୍ୟମରେ ବୟାନ ଦେଇଥିଲେ। ଏହାକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଷ୍ଟ୍ରପତି ଭବନରୁ ଚିଠି ମିଳିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଛି। ଦୁଇ ଜଣ ସେବାୟତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ହୋଇଛି।