ଢେଙ୍କାନାଳରେ ସୁନାବେଶ, ଯୋଗ ଦେଲେ ଶାସନ ସଚିବ ଉଷା ପାଢ଼ୀ

ଢେଙ୍କନାଳ: ବିଶ୍ଵ ପ୍ରସିଦ୍ଧ ବାହୁଡା ଯାତ୍ରାରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ଏନେଇ ଉଠୁଛି ପଡୁଛି ଗାଁ ଠୁ ସହର । ଭାବରେ ବୁଡି ରହିଛନ୍ତି ସମସ୍ତ ଜଗନ୍ନାଥପ୍ରେମୀ । ଜୟ ଜଗନ୍ନାଥ ଧନୀରେ କମ୍ପିଯାଉଛି ସାରା ବିଶ୍ଵ। ରଥ ଉପରେ ଜଗନ୍ନାଥ.ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କରି ଭକ୍ତଙ୍କ ଆନନ୍ଦ କହିଲେ ନସରେ । ଏହା ସହ ରଥ ଦଉଡି ଟାଣି ଆତ୍ମତୃପ୍ତିଲାଭ କରିଛନ୍ତି ଶ୍ରଦ୍ଧାଳୁ । ଏନେଇ ବିଭିନ୍ନ ସ୍ଥାନରେ ଭଜନ ସମାରୋହ ଆୟୋଜନ କରାଯାଇଛି । ଏଥିରୁ ବାଦ ପଡିନି ଢେଙ୍କନାଳ ଜିଲ୍ଲା । ଢେଙ୍କାନାଳ ବାହୁଡା ଯାତ୍ରା ଭଜନ ସମାରୋହ କମିଟି ପକ୍ଷରୁ ଠାକୁରଙ୍କ ପବିତ୍ର ସୁନାବେଶ ଅବସରରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଜନ କାର୍ଯ୍ୟକ୍ରମ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ । ଅନୁଷ୍ଠାନ ପକ୍ଷରୁ ଦିର୍ଘ ୩୫ ବର୍ଷ ଧରି ଗଣେଷ ବଜାର ରଥଗଡ଼ା ଠାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । ଠାକୁରଙ୍କ ସୁନା ବେଶ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଠାକୁରଙ୍କୁ ଦର୍ଶନ କରିବା ସହ ଭଜନ କାର୍ଯ୍ୟକ୍ରମକୁ ଶ୍ରବଣ କରି ପ୍ରଭୃକୃପା ଲାଭ କରିଛନ୍ତି ।
ଅନୁଷ୍ଠାନର ଭଜନ କାର୍ଯ୍ୟକ୍ରମର ତୃତୀୟ ଦିବସବ ତଥା ସୁନାବେଶ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ପରିବହନ ଓ ବାଣିଜ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଉଷାପାଢୀ ଯୋଗନାନ କରିଥିଲେ । ପ୍ରକାଶ ଥାଉକି ଉଷାପାଢ଼ୀ ୧୮ ବର୍ଷ ତଳେ ଢେଙ୍କାନାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ସମୟରେ ଠାକୁରଙ୍କ ସୁନା ମୁକୁଟ କରାଯାଇ ପ୍ରଥମ କରି ସୁନାବେଶ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଦକ୍ଷତା ବିକାଶ ବିଭାଗ ଅତିରିକ୍ତ ସଚିବ ତପନ କୁମାର ଶତପଥି , ରୁଙ୍ଗଟା କମ୍ପାନୀ ଜିଏମ୍ ପୁଷ୍ପେକ କୁମାର ,ଏଜିଏମ୍ ଅଜୟ କୁମାର ଦାସ , ଯୋଗ ଦାନ କରି ଅନୁଷ୍ଠାନ ପକ୍ଷରୁ ଦିର୍ଘବର୍ଷ ଏଭଳି ଭଜନ କାର୍ଯ୍ୟକ୍ରମ କରି ଆସୁଥିବାରୁ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଂପାଦକ ବିଶ୍ୱନାଥ ବେହେରା ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସଦସ୍ୟ ସତ୍ୟ ସ୍ୱରୂପ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ଅନ୍ୟତମ ବରିଷ୍ଠ କର୍ମକର୍ତ୍ତା ଶରତ କୁମାର ସାହୁ ଧନ୍ୟ ବାଦ ପ୍ରଦାନ କରିଥିଲେ ।
ଏହି ଅବସରରେ ମଞ୍ଚରେ ଜଗନ୍ନାଥ ସଂସ୍କୃତି ଉପରେ ପ୍ରବଚନ ପ୍ରଦାନ କରିଥିବା ଶିଶୁ ପ୍ରବୋଚକ । ତାଙ୍କ ନାମ ଜିଜ୍ଞାସୁ ଏ. ଆର ସାହୁ, ପ୍ରଥମେ ଭଜନ କାର୍ଯ୍ୟକ୍ରମର ଉଦ୍ୟକ୍ତା ମୁସି ବାରିକ, ସମାଜ ସେବୀ ସାଗିର ସମ୍ମହଦ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧନା କରିଥିଲେ । ପରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଳାକାର ସୁଧାକର ମିଶ୍ର, ପ୍ରଶାନ୍ତ ପାଢ଼ୀ ମାନସୀ ପାତ୍ର ଓ ଅନ୍ୟାନ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଭାବପୂର୍ଣ୍ଣ ଭଜନ ପରିବେଷଣ କରିଥିଲେ I ଅନୁଷ୍ଠାନ ସଭାପତି ରତନ ନାୟାର ସଭା ପରିଚାଳନା କରିବା ସହ ଭଜନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।