ବିଜୁଳି ବିଭାଗରେ ବମ୍ପର ଭର୍ତ୍ତି, ୨୫୦୦ ପଦବୀ ପାଇଁ କରନ୍ତୁ ଆବେଦନ

ପଞ୍ଜାବ ଷ୍ଟେଟ ପାୱର କର୍ପୋରେସନ ଲିମିଟେଡ ପକ୍ଷରୁ ଆସିଷ୍ଟାଣ୍ଟ ଲାଇନମ୍ୟାନ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଇଚ୍ଛୁକ ପାର୍ଥୀ ଅଫିସିଆଲ ସାଇଟକୁ ଯାଇ ନୋଟିଫିକେସନ ଚେକ୍ କରିପାରିବେ ।

ପଦବୀ ବିବରଣୀ :୨୫୦୦

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ସାଇଟକୁ ଯାଇ ୨୧ ଫେବୃଆରୀରୁ ଆରମ୍ଭ କରିପାରିବେ । ସେହିପରି ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍ କରିଥିବା ଜରୁରୀ । ସେହିପରି ଲାଇନମ୍ୟାନ ଟ୍ରେଡ ଆଇଟିଆଇ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୭ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମଅନୁସାରେ ଛାଡ୍ ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଜରିଆରେ ହେବ । ଲିଖିତ ପରୀକ୍ଷାରେ କଟଅଫ ମାର୍କ ପ୍ରାପ୍ତ କରିବା ସହିତ ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ଦେବାକୁ ହେବ । ସମସ୍ତ ଚରଣ ପାସ୍ କରିବା ପରେ ଶେଷରେ ମେରିଟ ଲିଷ୍ଟରେ ସାମିଲ କରାଯିବ ।

ଦରମା : ଏହି ଭର୍ତ୍ତି ପାଇଁ ଚୟନିତ ପ୍ରାର୍ଥୀଙ୍କୁ ଦରମା ପେ ଲେବଲ ଅନୁସାରେ ୨୫,୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା ମାସକୁ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read : ଭାରତ ପେଟ୍ରୋଲିୟମରେ ଚାକିରି କରିବାର ସୁଯୋଗ, ଦରମା ମାସକୁ ୧.୨୦ ଲକ୍ଷ ଟଙ୍କା