ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ଲୋକାଲ ବ୍ୟାଙ୍କ ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ଲୋକାଲ ବ୍ୟାଙ୍କ ଅଫିସର ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଏଠାରେ ୧୧୦ ପଦବୀ ଖାଲି ପଡିଛି ।

ପଦବୀ ବିବରଣୀ : ୧୧୦ (ଲୋକାଲ ବ୍ୟାଙ୍କ ଅଫିସର)

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୭ ଫେବୃଆରୀରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୩୦ ବର୍ଷ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ/EWS/OBC ପ୍ରାର୍ଥୀ ୮୫୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୧୦୦ ଟଙ୍କା ଦେଇ ଆବେଦନ କରିପାରିବେ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ୪୮,୪୮୦ରୁ ୮୫,୯୨୦ ଟଙ୍କା ମାସିକ ମିଳିବ ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ସ୍କ୍ରିନଂ ଟେଷ୍ଟ, ସାକ୍ଷାତକାର ଏବଂ ମେରିଟ ଲିଷ୍ଟ ଆଧାରରେ ହେବ । ତେବେ ଅଦିକ ଜାଣିବା ପାଇଁ ଅଫିସିଆଲ ସାଇଟକୁ ଯାଇ ନୋଟିଫିକେସନ ଚେକ୍ କରିପାରିବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read : ଇଣ୍ଡିଆ ପୋଷ୍ଟରେ ୨୧୦୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ