ସମୁଦ୍ରରେ ଗାଧୋଇବା ବେଳେ ଘଟିଲା ଅଘଟଣ, କ୍ଷଣକରେ ଚାଲିଗଲା ଯୁବକର ଜୀବନ

ଜୀବନ କେତେବେଳେ କାହା ସଙ୍ଗ ଛାଡିଦିଏ ତାହା କାହାକୁ ଜଣା ନଥାଏ। ବେଳେବେଳେ ଆମ ସହ ଏମିତି ଦୁର୍ଘଟଣା ଘଟେ ଯାହାର ମୂଲ୍ୟ ସ୍ୱରୂପ ଆମ ଜୀବନ ଚାଲିଯାଏ। ମନୋରଞ୍ଜନ ପାଇଁ ଅନେକ କିଛି ଏମିତି ପନ୍ଥା ଆପଣାଇଥାନ୍ତି, ଯାହର ଫଳ ସେମାନଙ୍କୁ ମଧ୍ୟ ଜଣାନଥାଏ। ଏମିତି ଏକ ଘଟଣା ଘଟିଛି ପୁରୀ ସହରରେ।
ପୁରୀ ସମୁଦ୍ରରେ ସ୍ନାନବେଳେ ଘଟିଛି ଅଘଟଣ। ସମୁଦ୍ରକୂଳ ୨୩ନଂ ଜୋନ କାମେଲିଆ ହୋଟେଲ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିଲେ ଯୁବକ। ଗଭୀର ସମୁଦ୍ରରେ ଯୁବକ ଜଣକ ଗାଧୋଉଥିବା ବେଳେ ସମୁଦ୍ରରେ ଭାସିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ। ପରେ ମେଡିକାଲକୁ ନେଇଥିଲେ। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ପଶ୍ଚିମବଙ୍ଗର ଦେବରାଜ ମୁଖାର୍ଜୀ।