ରାଇଡସ୍ ଇଣ୍ଡିଆ(RITES)ରେ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ସରକାରୀ ଚାକିରି ପାଇଁ ଇଚ୍ଛୁକ ଥିଲେ ରାଇଡସ୍ ଇଣ୍ଡିଆ(RITES) ନିଯୁକ୍ତି ଭର୍ତ୍ତିରେ ଆବେଦନ କରିପାରିବେ । ଏହି ନିଯୁକ୍ତି ପାଇଁ ୧୪ ପଦବୀ ଖାଲି ପଡିଛି । ଆବେଦନ ପ୍ରକ୍ରିୟା ଏପ୍ରିଲ ୩୦ରୁ ଆରମ୍ଭ ହୋଇ ମେ ୨୦ରେ ଶେଷ ହେବ । ଅନଲାଇନ ମାଧ୍ୟମରେ ଆବେଦନକାରୀ ଆବେଦନ କରିପାରିବାର ବ୍ୟବସ୍ଥା ରହିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୧୪

ଫିଲ୍ଡ ଇଞ୍ଜିନିୟର- ୬

ସାଇଟ ଏସେସର- ୬

ଇଞ୍ଜିନିୟର(ଅଲ୍ଟ୍ରୋସୋନିକ ଟେଷ୍ଟିଂ)- ୨

ଆବେଦନ ତାରିଖ : ଏପ୍ରିଲ ୩୦ ତାରିଖରୁ ମେ ୨୦ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ ।

ବୟସ ସୀମା : ନିଯୁକ୍ତି ଭର୍ତ୍ତି ପ୍ରାର୍ଥୀଙ୍କ ବୟସ ସୀମା ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମାକୁ ଛାଡ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ନିଯୁକ୍ତି ଭର୍ତ୍ତି ପାଇଁ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ରହିବା ଜରୁରୀ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ୩୦୦ଟଭ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି । କିନ୍ତୁ ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ରଖାଯାଇନାହିଁ ।

ଚୟନ ପ୍ରକ୍ରିୟା : ଲିଖିତ ପ୍ରକ୍ରିୟା ଏବଂ ଇଣ୍ଟରଭ୍ୟୁ ଜରିଆରେ ଆବେଦନକାରୀଙ୍କୁ ଚୟନ କରାଯିବ ।

ଦରମା : ୧୩ହଜାର ୮୦୨ଟଙ୍କାରୁ ଆରମ୍ଭ କରି ୧୪ ହଜାର ୬୪୩ ଟଙ୍କା ପର୍ଯ୍ୟନ୍ତ ଦରମା ରଖାଯାଇଛି ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ପେଜରେ ଦିଆଯାଇଥିବା ଆବଶ୍ୟକୀୟ ସୂଚନାବଳୀକୁ ଫଲୋ କରନ୍ତୁ ।

ପେଜରେ ଦିଆଯାଇଥିବା ନିର୍ଦ୍ଦେଶାନୁକ୍ରମେ ଫର୍ମକୁ ପୂରଣ କରନ୍ତୁ ।

ଫର୍ମ ପୂରଣ କରି ସାରିବା ପରେ ଫର୍ମକୁ ସବମିଟ୍ କରନ୍ତୁ ।

ସୁରକ୍ଷିତରେ ରଖିବା ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ କାଢି ପାଖରେ ରଖନ୍ତୁ ।

Also Read : ପୋଲିସ କନେଷ୍ଟବଳ ନିଯୁକ୍ତି ପାଇଁ ୯ହଜାରରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ