ରେଲୱେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ରେଳବାଇ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଗ୍ରୁପ ଡି ପଦବୀ ଖାଲିପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ସ୍କାଉଟ ଏବଂ ଗାଇଡ କୋଟା ଅଧିନରେ ମିଳିବ ଚାକିରି । ଆରଆରସି ପ୍ରୟାଗରାଜ ପକ୍ଷରୁ ଭର୍ତ୍ତି ହେବ ।
ପଦବୀ ବିବରଣୀ : ଜାଣିବା ପାଇଁ ନୋଟିଫିକେସନ ଚେକ୍ କରନ୍ତୁ ।
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଶେଷ ୩୦ ନଭେମ୍ବର ୨୦୨୪ରେ ହେବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍ କରିଥିବା ଜରୁରୀ । ଏହାସହିତ ଗ୍ରାଜୁଏସନ କିମ୍ବା ପିଜି କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ଅଧିକ ୩୩ ବର୍ଷରୁ କମ୍ ହୋଇଥିବା ଜରୁରୀ ।
କେମିତି କରିବେ ଆବେଦନ :
ଇଛ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ନୋଟିଫିକେସନ ପେଜ୍ ଓପନ କରିବାକୁ ହେବ ।
ରିକ୍ରୁଟମେଣ୍ଟ ଲିଙ୍କରେ କ୍ଲିକ୍ କରି ନୂଆ ରେଜିଷ୍ଟ୍ରେର ଲିଙ୍କରେ କ୍ଲିକ୍ କରିବାକୁ ହେବ ।
ନିଜର ସମସ୍ତ ବିବରଣୀ ଦଇ ସବମିଟ୍ କରିବାକୁ ହେବ ।
ଶେଷରେ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢି ରଖିବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।