ପୋଲିସ କନେଷ୍ଟବଳ ନିଯୁକ୍ତି ପାଇଁ ୯ହଜାରରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

ପୋଲିସ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ରାଜସ୍ଥାନରେ କନେଷ୍ଟବଳ ନିଯୁକ୍ତି ପାଇଁ ୯ହଜାରରୁ ଅଧିକ ପଦବୀ ଖାଲି ପଡିଛି । ଆବେଦନକାରୀ ଅନଲାଇନ ମାଧ୍ୟମରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ମେ ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ । ଇଚ୍ଛୁକ ପ୍ରାର୍ଥୀ ଧାର୍ଯ୍ୟ ହୋଇଥିବା ତାରିଖ ମଧ୍ୟରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାିଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୯୬୧୭
କନେଷ୍ଟବଳ ଜେନେରାଲ(ନନ୍-ଟିଏସପି)- ୬୪୫୬
କନେଷ୍ଟବଳ ଡ୍ରାଇଭର(ନନ୍-ଟିଏସପି)- ୪୧୨
କନେଷ୍ଟବଳ ବ୍ୟାଣ୍ଡ (ନନ୍-ଟିଏସପି)- ୭୧
କନେଷ୍ଟବଳ ଜେନେରାଲ(ଟିଏସପି ଏରିଆ)- ୧୧୬୨
କନେଷ୍ଟବଳ ଡ୍ରାଇଭର(ଟିଏସପି ଏରିଆ)- ୪୭
କନେଷ୍ଟବଳ ଟେଲିକମ୍ୟୁନିକେସନ(ଜେନେରଲ ଡ୍ରାଇଭର)- ୧୪୬୯
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ +୨ପାସ୍ କରିଥିବା ଜରୁରୀ । ଏହା ସହିତ କମନ୍ ଏଲିଜିବିଲିଟି ଟେଷ୍ଟ(CET)ସିନିୟର ସେକେଣ୍ଡାରୀ ଲେବଲ୍-୨୦୨୪ ମଧ୍ୟ ପାସ୍ କରିଥିବା ଆବଶ୍ୟକ । ପ୍ରତ୍ୟେକ ଶ୍ରେଣୀର ପ୍ରାର୍ଥୀଙ୍କ ଚୟନ ପାଇଁ ଭିନ୍ନ ଭିନ୍ନ ମାର୍କର ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଜେନେରଲ, ଓବିସି, EWS ପ୍ରାର୍ଥୀଙ୍କ ପାସ୍ ମାର୍କ ୪୦% ରଖାଯାଇଛି । ଏସସି, ଏସଟି, ଓବିସି(ନନ୍ କ୍ରିମି ଲେୟର)ପ୍ରାର୍ଥୀମାନେ ୩୫% ପାସ୍ ମାର୍କ ରଖିଥିବା ଜରୁରୀ ।
ବୟସ ସୀମା : ସାଧାରଣ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୧୮ରୁ ୨୩ ବର୍ଷ ଟାର୍ଯ୍ୟ କରାଯାଇଛି । SC/ST/OBC ପୁରୁଷଙ୍କ ପାଇଁ ବୟସ ସୀମା ୧୮ ରୁ ୨୮ ବର୍ଷ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । SC/ST/OBC ମହିଳାଙ୍କ ପାଇଁ ବୟସ ସୀମା ୧୮ରୁ ୩୩ବର୍ଷ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ହୋମପେଜରେ ଥିବା ସମ୍ବନ୍ଧିତ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ଇଚ୍ଛୁକ ପ୍ରାର୍ଥୀ ନିଯୁକ୍ତି ଭର୍ତ୍ତି ପାଇଁ ରେଜିଷ୍ଟ୍ରେସନ କରନ୍ତୁ ।
ରେଜିଷ୍ଟ୍ରେସନ ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ପୂରଣ ପରେ ଆବେଦନ ଫର୍ମ ପୂରଣ କରି ଫର୍ମକୁ ସବମିଟ୍ କରନ୍ତୁ ।
ଶେଷରେ ଫର୍ମର ପ୍ରିଣ୍ଟ ଆଉଟ କାଢି ସତର୍କତାର ସହ ରଖନ୍ତୁ ।
Also Read : UPSC ନିଯୁକ୍ତିରେ ୪୦ ପଦବୀ ଭର୍ତ୍ତି ପାଇଁ ଘୋଷଣା, ଜାଣନ୍ତୁ କିପରି ରହିବ ଚୟନ ପ୍ରକ୍ରିୟା