ବ୍ୟାଙ୍କ ଚାକିରି ଖୋଜୁଥିଲେ ତୁରନ୍ତ କରନ୍ତୁ ଆବେଦନ, ୬୦୦ରୁ ଅଧିକ ପଦବୀ ଖାଲି
ରାଜସ୍ଥାନ ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କରେ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବା ପାଇଁ ଆପଣଙ୍କୁ rajcrb.rajasthan.gov.in କୁ ଯାଇ ଚେକ୍ କରନ୍ତୁ । ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତି ରାଜସ୍ଥାନ ଷ୍ଟେଟ କୋଅପରେଟିଭ ବ୍ୟାଙ୍କ/ଆପେକ୍ସ ବ୍ୟାଙ୍କ ଛଡା ଜିଲ୍ଲାର ଅନ୍ୟ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କରେ ମଧ୍ୟ ହେବ ।

ରାଜସ୍ଥାନ ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କରେ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବା ପାଇଁ ୧୮ ଅକ୍ଟୋବରରୁ ଆପ୍ଲିକେସନ ଲିଙ୍କ ଖୋଲିବ । ଇଚ୍ଛୁକ ପ୍ରାର୍ଥୀ ଲିଙ୍କ ଖୋଲିବା ପରେ ଆବେଦନ କରିପାରିବେ । ଏହି ପଦବୀ ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଆପଣଙ୍କୁ rajcrb.rajasthan.gov.in କୁ ଯାଇ ଚେକ୍ କରନ୍ତୁ । ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତି ରାଜସ୍ଥାନ ଷ୍ଟେଟ କୋଅପରେଟିଭ ବ୍ୟାଙ୍କ/ଆପେକ୍ସ ବ୍ୟାଙ୍କ ଛଡା ଜିଲ୍ଲାର ଅନ୍ୟ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କରେ ମଧ୍ୟ ହେବ ।
ପଦବୀ ବିବରଣୀ : ୬୩୫
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୭ ନଭେମ୍ବର ୨୦୨୩ ରହିଛି ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୪୦ ବର୍ଷ ରହିଛି ।
ଆବେଦନ କରିବା ପାଇଁ ଜେନେରାଲ, ଓବିସି ଏବଂ ଇବିସି ପ୍ରାର୍ଥୀ ୬୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି ଏବଂ PWD ପ୍ରାର୍ଥୀ ୪୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।
ଦରମା : ପ୍ରାର୍ଥୀଙ୍କୁ ବାର୍ଷିକ ୨.୫ ଲକ୍ଷରୁ ୯ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ । ଏହାସହିତ କର୍ମଚାରୀକୁ ଟିଏ, ଡିଏ, ଏଚଆରଏ ଭଳି ସୁବିଧା ମିଳିବ ।
ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍ କରନ୍ତୁ ।